Home ଜିଲ୍ଲା ପରିକ୍ରମା ଦୀର୍ଘ ବର୍ଷ ପରେ ମାନ୍ୟବର ହାଇକୋର୍ଟଙ୍କ ଐତିହାସିକ ରାୟ, ପୀରହାଟ ମା’ ବାସନ୍ତୀ ଠାକୁରାଣୀଙ୍କ ଯଜ୍ଞକୁଣ୍ଡ...

ଦୀର୍ଘ ବର୍ଷ ପରେ ମାନ୍ୟବର ହାଇକୋର୍ଟଙ୍କ ଐତିହାସିକ ରାୟ, ପୀରହାଟ ମା’ ବାସନ୍ତୀ ଠାକୁରାଣୀଙ୍କ ଯଜ୍ଞକୁଣ୍ଡ ଜମି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ନିର୍ଦ୍ଦେଶ

52

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୌଲତପୁର ପଞ୍ଚାୟତ ଅଧୀନ ପୀରହାଟ ବଜାରରେ ଥିବା ଶ୍ରୀଶ୍ରୀ ବାସନ୍ତୀ ଠାକୁରାଣୀଙ୍କ ସର୍ବସାଧାରଣ ଯଜ୍ଞକୁଣ୍ଡ ଜମି ପୂର୍ବ ପରି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ମାନ୍ୟବର ହାଇକୋର୍ଟ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଏହି ରାୟ ପ୍ରକାଶ ପାଇବା ପରେ ମା’ବାସନ୍ତୀ ଠାକୁରାଣୀ ପୂଜା କମିଟିର ସଦସ୍ୟ ସଦସ୍ୟା ଓ ଶ୍ରଦ୍ଧାଳୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ପ୍ରକାଶ ଯେ, ତିହିଡ଼ି ତହସିଲ ମାଲପୁର ମୌଜାର ହାଲ ଖାତା ନଂ ୩୨୩ ଏବଂ ପ୍ଲଟ ନଂ ୪୮୮/୧୧୬୮ର ୧୨ ଡେସିମିଲ ଜମିରେ ମା’ ବାସନ୍ତୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବିଧି ସହିତ ଯଜ୍ଞାଦି କାର୍ଯ୍ୟମାନ ୧୯୪୮ ମସିହା ଠାରୁ ଅନୁଷ୍ଠିତ ହୋଇ ଆସୁଥିଲା । ମାତ୍ର ଏହି ଜମିକୁ ଜନୈକ ବ୍ୟକ୍ତି ଚଞ୍ଚକତା ପୂର୍ବକ ମାଲପୁର ଗ୍ରାମର ବାଇଧର ମୁଦୁଲି ଓଗେରଙ୍କୁ ବିକ୍ରି କବଲା କରିଦେଇଥିଲେ । ପରେ ବାଇଧର ଯଜ୍ଞକୁଣ୍ଡ ଜମିକୁ ଦଖଲ କରିବାରୁ ବିବାଦ ଉପୁଜିଥିଲା । ଏହି ମାମଲା ୧୯୮୬ ମସିହାରେ ତିହିଡ଼ି ତହସିଲ, ଭଦ୍ରକ ମୁନସବ କୋର୍ଟ ଓ ଜିଲ୍ଲା ଜଜ୍‌କୋର୍ଟରେ ଚାଲିଥିଲା । ପରେ ହାଇକୋର୍ଟରେ କେଶ ନଂ ଆରଏସ୍‌ଏ ୨୪୪/୨୦୧୪ ମୂଳେ ପହଞ୍ôଚଥିଲା । ଦୀର୍ଘ ବର୍ଷର ହାଇକୋର୍ଟରେ ଆଇନଗତ ଲଢ଼େଇ ପରେ ମାନ୍ୟବର ହାଇକୋର୍ଟ ସମସ୍ତ ତଳ କୋର୍ଟର ରାୟକୁ ରଦ୍ଦ କରି ଉକ୍ତ ବୃତ୍ତିକୁ ପୂର୍ବପରି ସର୍ବସାଧାରଣ ଯଜ୍ଞକୁଣ୍ଡ ବୃତ୍ତି ଭାବେ ବ୍ୟବହର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଐତିହାସିକ ରାୟ ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ପୂଜା କମିଟି ଉକ୍ତ ସ୍ଥାନରେ ମା’ବାସନ୍ତୀ ଠାକୁରାଣୀଙ୍କ ରୁଦ୍ର ମହାଯଜ୍ଞର ଆୟୋଜନ କରାଯାଇଛି । ଏହି ଯଜ୍ଞ ଆସନ୍ତା ୨୨.୫.୨୦୨୩ ତାରିଖ ରୁ ୨୪.୦୫.୨୦୨୩ ତାରିଖ ଶୀତଳଷଷ୍ଠୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.