ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକରେ ନୂତନ ପଂଚାୟତ ଗଠନ ହୋଇଥିଲା । ଦୋବଲ ପଂଚାୟତରୁ ମୁସ୍ତଫାପୁର, ଅସୁରାଳି ପଂଚାୟତରୁ ଗଢିଆଳି ଓ ଧୂଷୁରୀ ପଂଚାୟତରୁ ସାହସପୁର ପଂଚାୟତ ନୂତନ ଭାବରେ ୨୦୧୬ ମସିହାରେ ନୂତନ ପଂଚାୟତ ଘୋଷଣା ହେଲା ଏବଂ ୨୦୧୭ ମସିହା ନୂତନ ପଂଚାୟତ ପାଇଁ ସରପଂଚ ଓ ସମିତିସଭ୍ୟ ମଧ୍ୟ ନିର୍ବାଚିତ ହୋଇଥିଲେ । ହେଲେ ପାଂଚବର୍ଷ ବିତିଥିଲେ ମଧ୍ୟ ଗଢିଆଳି ଓ ସାହସପୁର ପଂଚାୟତର ନୂତନ କାର୍ଯ୍ୟାଳୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଥିବାବେଳେ ଦୋବଲ ପଂଚାୟତରୁ ବାଦ ହୋଇ ମୁସ୍ତଫାପୁର ପଂଚାୟତ ହୋଇଥିବାବେଳେ ମୁସ୍ତଫାପୁର ପଂଚାୟତ ଦୋବଲ ପଂଚାୟତ କାର୍ଯ୍ୟାଳୟକୁ ନିଜ ଅକ୍ତିଆରରେ ରଖିଥିବାବେଳେ ଦୋବଲ ପଂଚାୟତ କାର୍ଯ୍ୟାଳୟ ପାଞ୍ଚବର୍ଷ ବିତିଲା ହେଲେ ଏବେ ଏକ କ୍ଲବର ଘରେ କାର୍ଯ୍ୟାଳୟ ଚାଲୁଛି । ଫଳରେ ଦୋବଲ ପଂଚାୟତର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଭିନ୍ନ ବାଦବିବାଦ ଲାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମାଧାନ ହୋଇପାରିଲା ନାହିଁ । ତେବେ ଦୋବଲ ପଂଚାୟତର ନୂତନ କାର୍ଯ୍ୟାଳୟ ପାଇଁ ସରକାରୀ ଅନୁଦାନ ଆସିଥିବାବେଳେ ଏନେଇ ସୋଧଠାରେ ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଶୁଭ ଦିଆଯାଇଥିଲା । ହେଲେ ଏହି ପଂଚାୟତ କାର୍ଯ୍ୟାଳୟ ସୀମାବିବାଦ ନେଇ ଉଭୟ ଗ୍ରାମ ପକ୍ଷରୁ ଗଣ୍ଡଗୋଳ ଲାଗି କାର୍ଯ୍ୟ ବନ୍ଦ ଥିଲା । ତେବେ ଗତକାଲି ଏହି ବିବାଦୀୟ ସ୍ଥାନକୁ ନୂତନ ଉପଜିଲ୍ଲାପାଳ ମନୋଜ ପାତ୍ର, ଧାମନର ତହସିଲଦାର କ୍ଷୀରୋଦ ପଣ୍ଡା, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ପ୍ରମୁଖ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଉଭୟ ପକ୍ଷରୁ ଲୋକମାନଙ୍କୁ ଡ଼ାକି ପଚରା ଉଚୁରା କରିଥିଲେ ଏବଂ ଇଟୁଆ, ସୋଧ, ଦୋବଲ ରାଜସ୍ୱ ଗ୍ରାମର ମଧ୍ୟମ ସ୍ଥଳରେ ଲୋକମାନଙ୍କ ମତାମତକୁ ଲୋଡ଼ି ଜାଗା ଚିହ୍ନଟ କରିବାପାଇଁ ଉପଜିଲ୍ଳାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ଦୀର୍ଘଦିନପରେ ବିବାଦୀୟ ଦୋବଲ ପଂଚାୟତ ଅଫିସ ନିର୍ମାଣ ପାଇଁ ଉପଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ