Home କୋରାପୁଟ ଦୀପାବଳୀ ପାଇଁ ଚଳ ଚଂଚଳ ଝଡିଗୁଡା

ଦୀପାବଳୀ ପାଇଁ ଚଳ ଚଂଚଳ ଝଡିଗୁଡା

23

କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ)ଆସନ୍ତା ମାସ ୪ ତାରିଖରେ  ଆଲୋକର ପର୍ବ ଦୀପାବଳୀ । ଦୀପ ଆଲୁଅରେ ଝଲସିବ ଅମବ୍ୟାସର ଅନ୍ଧକାର ରାତି ।୪ ତାରିଖକୁ ଦୃଷ୍ଟିରେ ରଖି ଝଡିଗୁଡା ଗ୍ରାମର କୁମ୍ଭାରଶାଳ ଚଳ ଚଚଂଳ ହୋଇପଡିଛି ।ଦିନରାତି ପରିଶ୍ରମ କରି ଝଡିଗୁଡାର ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତେ ଦୀପ ସହ କୁମ୍ଭ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଛନ୍ତି । ୨୦୧୨ ମସିହାରେ ଜିଲ୍ଲା ପ୍ରଶାସନ ତରଫରୁ  ଏକ କୋଠରୀ ନିର୍ମାଣ କରି ଦିଆଯାଇଥିଲା ।ସେହିଠାରେ ଝଡିଗୁଡାର କୁମ୍ଭାରମାନେ ବିଭିନ୍ନ ସାମାଗ୍ରୀ ତିଆରି କରୁଛନ୍ତି । ବହୁତ ବର୍ଷ ପୂର୍ବେ ଜିଲ୍ଲା ପ୍ରଶାସନ ତରଫରୁ ମାଟି ସାମଗ୍ରୀ ପୋଡିବା ନିମନ୍ତେ ଏକ କୋଠରୀ ନିର୍ମାଣ କରି ପ୍ରଦାନ କରାଯାଇଥିଲା ।କିନ୍ତୁ ଉକ୍ତ କୋଠରୀଟିର ଟିଣ ଫାଟି ଆଁ କରିଥିବାରୁ ମରାମତିର ଆବଶ୍ୟକତା ପଡୁଥିବା ଜଣାପଡିଛି ।ବର୍ଷା ହେଲେ କାମ  ବନ୍ଦ କରିଦିଆଯାଏ ।ତେଣୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । କୋରାପୁଟ ବଜାରରେ ଦୀପ ବିକ୍ରୀ କରିବେ ।ଯେତିକି ପରିଶ୍ରମ ହେଉଛି ସେତିକି ଲାଭ ହେଉ ନ ଥିବା ଗ୍ରାମର ଧନ କୁମ୍ଭାର ପ୍ରକାଶ କରିଛନ୍ତି ।ଝଡିଗୁଡା ଗ୍ରାମରେ ୪୫ ଟି କୁମ୍ଭାକାର ପରିବାର ରହୁଥିବା ବେଳେ ଯେତିକି ପରିଶ୍ରମ କରୁଛନ୍ତି ସେହିନୁସାରେ ପାରିଶ୍ରମିକ ମିଳୁ ନ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.