Home Coronavirus Outbreak ଦିଲ୍ଲୀ ସରକାରଙ୍କର ନୂତନ ଗାଇଡଲାଇନ: ଓଡ଼ିଶାର ପଡ଼ୋଶୀ ଏହି ଦୁଇ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ...

ଦିଲ୍ଲୀ ସରକାରଙ୍କର ନୂତନ ଗାଇଡଲାଇନ: ଓଡ଼ିଶାର ପଡ଼ୋଶୀ ଏହି ଦୁଇ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୟାରେଣ୍ଟିନ ଆବଶ୍ୟକ, ଜାଣନ୍ତୁ କରୋନାର ନୂଆ ଷ୍ଟ୍ରେନ୍ କ’ଣ?

323

ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ଦିଲ୍ଲୀରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର କେଜ୍ରିୱାଲ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଆସୁଥିବା ଲୋକମାନେ ୧୪ ଦିନ ପାଇଁ କ୍ୱାରାଣ୍ଟିନରେ ରହିବା ଆବଶ୍ୟକ। ଅବଶ୍ୟ, ଯଦି କେହି ଉଭୟ କରୋନା ଟିକା ଦେଇଥିବେ, କିମ୍ବା ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରି ନେଗେଟିଭ୍ ରିପୋର୍ଟ ଆଣିଥିବେ, ତେବେ ତାଙ୍କୁ କେବଳ ୭ ଦିନ ହୋମ୍‌ କ୍ୱାରେଣ୍ଟିନରେ ରହିବାକୁ ପଡିବ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ କରୋନା ଜୀବାଣୁଙ୍କର ଏକ ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଯାହା ଅତ୍ୟନ୍ତ ମାରାତ୍ମକ ଅଟେ। ଏହା ଅତି ଦ୍ରୁତ ଗତିରେ ସଂକ୍ରମଣ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ଏହି ଦୁଇ ରାଜ୍ୟରୁ କାର୍ ହେଉ, ବିମାନ ହେଉ କିମ୍ବା ବସ୍ ଏବଂ ଟ୍ରେନ୍ ହେଉ, ସେମାନଙ୍କୁ କୌଣସି ପରିସ୍ଥିତିରେ ଘରେ ରହିବାକୁ ପଡ଼ିବ।

କରୋନାର ଏହି ନୂତନ ଷ୍ଟ୍ରେନ୍ କ’ଣ:
ସୂଚନାଯୋଗ୍ୟଯେ, କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ଯାହା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମିଳିଛି। ଏହା କରୋନାର ଏକ ମାରାତ୍ମକ ରୂପ। ଏହା ଅଳ୍ପ ସମୟ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ। ଅନ୍ୟ କରୋନା ଷ୍ଟ୍ରେନ୍ ତୁଳନାରେ ଏହା ମଧ୍ୟ ସାଂଘାତିକ। ରୋଗ ବିସ୍ତାର କରିବାର କ୍ଷମତା ମଧ୍ୟ ବହୁତ ଦ୍ରୁତ, ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ସତର୍କତା ଅବଲମ୍ବନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.