Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଦିଲ୍ଲୀ ରାଜପଥରେ ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ !

ଦିଲ୍ଲୀ ରାଜପଥରେ ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ !

364

ନୂଆ ଦିଲ୍ଲୀ ୩୦-୧୧ (ଓଡ଼ିଆ ପୁଅ) ଆସନ୍ତା ୨୬ ଜାନୁଆରୀ, ୨୦୨୦ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତିନଧିତ୍ୱ କରିବାର ସୁଯୋଗ ମିଳିଛି। ଦିଲ୍ଲୀ ରାଜପଥରେ ଏଥର ଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼ ଗଡ଼ିବ। ତେବେ ଏହାକୁ ପ୍ରସ୍ତୁତ କରିବେ ପ୍ରସିଦ୍ଧ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ। ସେ ଚତୁର୍ଥ ଥର ପାଇଁ ଏହି ମେଢ଼ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟଯେ, ଓଡ଼ିଶାରୁ ୬ ଟି ଡିଜାଇନ୍ ପଠାଯାଇଥିଲା କିନ୍ତୁ ଜାତୀୟ ଜୁରୀ ସଦସ୍ୟ ଗଜେନ୍ଦ୍ରଙ୍କ ଡିଜାଇନକୁ ମନୋନୀତ କରିଛନ୍ତି। ତେବେ ପୂର୍ବରୁ ଶିଳ୍ପୀ ଗଜେନ୍ଦ୍ର ତିନି ଥର ମେଢ଼ ତିଆରି କରି ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରାରକୁ ଉପସ୍ଥାପନ କରି ଆସିଛନ୍ତି। ଏଥିରେ ଗଜେନ୍ଦ୍ରଙ୍କୁ ତାଙ୍କର ଦୁଇଜଣ ଛାତ୍ର ଛତ୍ରପତି ବିଶ୍ୱାଳ ଓ ତପନ ମହାରଣା ବିଶେଷ ସହାୟତା କରିଛନ୍ତି ।

ଏହି ପ୍ରଜ୍ଞାପନ ମେଢ଼ ଉପ‌ରେ ୮ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ ନୃତ୍ୟ ପରିବେଷଣ କରିବା ସହ ମେଢ଼ ତଳେ ଦୁଇ ପାର୍ଶ୍ବରେ ୨୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.