Home ଓଡ଼ିଶା ଦିଲ୍ଲୀର କେତେକ ସ୍ଥାନରେ ଇଣ୍ଟରନେଟ, ମୋବାଇଲ୍ ଭଏସ୍ କଲ ଏବଂ ଏସଏମଏସ ସେବା ନିଳମ୍ବିତ

ଦିଲ୍ଲୀର କେତେକ ସ୍ଥାନରେ ଇଣ୍ଟରନେଟ, ମୋବାଇଲ୍ ଭଏସ୍ କଲ ଏବଂ ଏସଏମଏସ ସେବା ନିଳମ୍ବିତ

570

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ ଦିଲ୍ଲୀର କେତେକ ସ୍ଥାନରେ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ, ଭଏସ୍ କଲ, ଏସଏମଏସ୍ ଏବଂ ଇଣ୍ଟର ନେଟ ସେବା ନିଳମ୍ବିତ କରାଯାଇଛି। ଏ ନେଇ ଭୋଡ଼ାଫୋନ, ଜିଓ ଏୟାରଟେଲ ଆଇଡିଆ ମୋବାଇଲ ସେବାକୁ କେତେକ ସ୍ଥାନରେ ନିଳମ୍ବିତ କରାଯାଇଥିବା ଜଣାପଡ଼ିଛି।

ଭାରତୀ ଏଆରଟେଲ ପକ୍ଷରୁ କୁହାଯାଇଛିଯେ, ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀର କେତେକ ସ୍ଥାନରେ ଭଏସ୍ କଲ, ଏସଏମଏସ୍ ଏବଂ ଇଣ୍ଟର ନେଟ ସେବା ନିଳମ୍ବିତ କରାଯାଇଛି। ଏହି ନିଳମ୍ବିତ ଆଦେଶ ପ୍ରତ୍ୟାହାର କରିନେବା ପରେ ସେବା ପୁନଃ ଚାଲୁ କରାଯିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.