ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ ଦିଲ୍ଲୀର କେତେକ ସ୍ଥାନରେ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ, ଭଏସ୍ କଲ, ଏସଏମଏସ୍ ଏବଂ ଇଣ୍ଟର ନେଟ ସେବା ନିଳମ୍ବିତ କରାଯାଇଛି। ଏ ନେଇ ଭୋଡ଼ାଫୋନ, ଜିଓ ଏୟାରଟେଲ ଆଇଡିଆ ମୋବାଇଲ ସେବାକୁ କେତେକ ସ୍ଥାନରେ ନିଳମ୍ବିତ କରାଯାଇଥିବା ଜଣାପଡ଼ିଛି।
ଭାରତୀ ଏଆରଟେଲ ପକ୍ଷରୁ କୁହାଯାଇଛିଯେ, ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀର କେତେକ ସ୍ଥାନରେ ଭଏସ୍ କଲ, ଏସଏମଏସ୍ ଏବଂ ଇଣ୍ଟର ନେଟ ସେବା ନିଳମ୍ବିତ କରାଯାଇଛି। ଏହି ନିଳମ୍ବିତ ଆଦେଶ ପ୍ରତ୍ୟାହାର କରିନେବା ପରେ ସେବା ପୁନଃ ଚାଲୁ କରାଯିବ ବୋଲି କୁହାଯାଇଛି।
Bharti Airtel: We're complying with instructions received from govt. authorities on suspending Voice, SMS and data in certain areas in #Delhi. Once the suspension orders are lifted, our services will be fully up and running. pic.twitter.com/PkE5FdMEA3
— ANI (@ANI) December 19, 2019