Home ଜାତୀୟ ଦିଲ୍ଲୀରେ ଲକଡ଼ାଉନ ସମୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ରିଲିଫ ବଣ୍ଟନ କରିଥିବା ଯୁଗଳ ପୁଷ୍ପାଞ୍ଜଳି ଓ...

ଦିଲ୍ଲୀରେ ଲକଡ଼ାଉନ ସମୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ରିଲିଫ ବଣ୍ଟନ କରିଥିବା ଯୁଗଳ ପୁଷ୍ପାଞ୍ଜଳି ଓ ବିମଳ କରୋନା ଆକ୍ରାନ୍ତ

253

ନୂଆଦିଲ୍ଲୀ ୧୮-୦୯ (ଓଡ଼ିଆ ପୁଅ) : ଦାତବ୍ୟ ସଂସ୍ଥା ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଭଲ ଓ ଶ୍ରୀମତୀ ବାରିକ, ଲକଡ଼ାଉନ ଆରମ୍ଭ ହେବା ସମୟରେ ସେମାନେ ରହୁଥିବା ପଶ୍ଚିମ ଦିଲ୍ଲୀ ଇଲାକାରେ ପ୍ରବାସୀ ଶ୍ରମିକ ମାନଂକ ମଧ୍ୟ ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରି ବେଶ ଚର୍ଚ୍ଚାକୁ ଆସିଥିଲେ। ଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ମାନଙ୍କକ ତରଫରୁ ମହାମାରୀକୁ ଭ୍ରୁକ୍ଷେପ ନକରି ଉଲ୍ଲେଖନୀୟ ସମାଜ ସେବା କରିଥିବାରୁ ସେବୀ ଯୁଗଳଙ୍କୁ କରୋନା ଯୋଦ୍ଧା ଉପାଧିରେ ଭୂଷିତ କରାଯିବା ସହିତ ସ୍ୱୀକୃତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ନିକଟରେ ହଠାତ ଉଭୟ ଜ୍ୱର ଓ ମୁଣ୍ଡ ବ୍ୟଥାର ଶିକାର ହେବାରୁ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଉଭୟଙ୍କ ଟେଷ୍ଟ ପଜିଟିଭ ବାହାରିବାରୁ ସେମାନଙ୍କୁ ହରିୟାଣା ର ଜେ ଜେ ଆଇ ଏମ ଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଉଭୟଙ୍କ ନିକଟକୁ ସେମାନଂକର ଶୁଭାକାଂକ୍ଷୀମାନଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଆସୁଛି। ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି ଓ ସେମାନେ ବିପଦ ସୀମାରୁ ବାହାରକୁ ଆସି ସାରିଥିବା ପରିବାର ସୂତ୍ରରୁ ପ୍ରକାଶ। ସୁସ୍ଥ ହେବା ପରେ ନିଜର ପ୍ଲାଜ୍ମା ଦାନ କରିବାକୁ ହସ୍ପିଟାଲ ବିଛଣାରୁ ପୁଷ୍ପାଞ୍ଜଳି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.