Home Top News ଦିଲ୍ଲୀରେ ପୁଣି ଲାଗିବ କି ଲକ୍‌ଡାଉନ୍‌ ? କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ବିଚାର କରିବାକୁ...

ଦିଲ୍ଲୀରେ ପୁଣି ଲାଗିବ କି ଲକ୍‌ଡାଉନ୍‌ ? କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ବିଚାର କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ!

72

ନୂଆ ଦିଲ୍ଲୀ ୧୩-୧୧(ଓଡ଼ିଆ ପୁଅ) ବାୟୁ ପ୍ରଦୂଷଣ ଉପରେ ଏକ ନିବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି କିପରି ଆମେ AQI କୁ ଅତି କମରେ ୫୦୦ ପଏଣ୍ଟରୁ ହ୍ରାସ କରିପାରିବା। କିଛି ଜରୁରୀ ପଦକ୍ଷେପ ନିଅନ୍ତୁ। ଦୁଇ ଦିନର ଲକଡାଉନ୍ କିମ୍ବା କିଛି ବିଷୟରେ ଚିନ୍ତା କରିପାରିବେ କି? ଲୋକମାନେ କିପରି ବଞ୍ଚିପାରିବେ?

ସୂଚନାଯୋଗ୍ୟଯେ, ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଚରମ ସୀମାରେ ପହଁଚିଛି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ ଲକ୍‌ଡାଉନ୍‌ ଉପରେ ମଧ୍ୟ ବିଚାର କରାଯିବା ଉଚିତ।

CJI ରମଣା କହିଛନ୍ତି ଯେ ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀ-ଏନସିଆରରେ ଏକ ଗୁରୁତର ପରିସ୍ଥିତି ଉପୁଜିଛି। ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡୁଛି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ହେତୁ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏହି ଗୁରୁତର ପ୍ରସଙ୍ଗରେ ଶୁଣାଣି ଆଜି ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଦୂଷଣର ମୁକାବିଲା ପାଇଁ କେଉଁ ପଦକ୍ଷେପ ନେଇଛି ତାହା ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ଲକ୍‌ଡାଉନ୍‌ ଉପରେ ମଧ୍ୟ ବିଚାର କରାଯିବା ଉଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.