Home Top News ଦିଲ୍ଲୀରେ ଆକାଶ ଛୁଆଁ ଲେମ୍ବୁ ଦର : ୨୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଲେମ୍ବୁ

ଦିଲ୍ଲୀରେ ଆକାଶ ଛୁଆଁ ଲେମ୍ବୁ ଦର : ୨୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଲେମ୍ବୁ

89

ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଖରା ବଢ଼ୁଛି, ଅବଶ୍ୟ ଦିଲ୍ଲୀରେ ଏବେ ତାତି ଆରମ୍ଭ ହୋଇଛି। କିନ୍ତୁ ଲେମ୍ବୁ ଦର ଆକାଶ ଛୁଆଁ ହୋଇଛି। ଖୁଚୁରା ବଜାରରେ ଗୋଟିଏ ଲେମ୍ବୁ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋ ପ୍ରତି ୩୦୦ ରୁ ୪୦୦ ମଧ୍ୟରେ ବିକ୍ରି ହେଉଛି। ତେବେ ଏହାର କାରଣ କ’ଣ ବୋଲି ପଚାରିବାରୁ ଖୁଦୁରା ଦୋକାନୀ କହୁଛନ୍ତିଯେ, ମଣ୍ଡିରେ ଲେମ୍ବୁ କିଲୋପ୍ରତି ୩୦୦ ଟଙ୍କାରେ କିଣା ହେଉଛି ତେବେ ଆମେ କେତେରେ ବିକିବୁ? ଲେମ୍ବୁ ବଜାରକୁ କମ ଆସୁଥିବା କାରଣରୁ ଲେମ୍ବୁର ଦର ବୃଦ୍ଧି ପାଇଛି।

ଅପର ପକ୍ଷରେ ଦୈନିକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଲୋକଙ୍କୁ କନ୍ଦେଇବା ଆରମ୍ଭ କଲାଣି। ତେବେ ସାଧାରଣ ଗରିବ ଲୋକଟିଏ କରିବ କ’ଣ? ଏ ଦର ବୃଦ୍ଧି ଗରିବକୁ ଅଣନିଶ୍ୱାସୀ କରି ଦେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.