Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗ ସଶକ୍ତିକରଣରେ ରାଜ୍ୟରେ ପ୍ରଥମ, ଭଦ୍ରକ ଜିଲ୍ଲା ପାଇଁ ପୁରସ୍କାର ଗ୍ରହଣ କଲେ ଜିଲ୍ଲାପାଳ

ଦିବ୍ୟାଙ୍ଗ ସଶକ୍ତିକରଣରେ ରାଜ୍ୟରେ ପ୍ରଥମ, ଭଦ୍ରକ ଜିଲ୍ଲା ପାଇଁ ପୁରସ୍କାର ଗ୍ରହଣ କଲେ ଜିଲ୍ଲାପାଳ

18

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍କ ସଶକ୍ତିକରଣ ପାଇଁ ପ୍ରଣୀତ ସରକାରୀ ଯୋଜନା ସବୁର କାର୍ଯ୍ୟାନ୍ୱୟନରେ ସର୍ବଶ୍ରେଷ୍ଠ ସଫଳତା ନେଇ ଭଦ୍ରକ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା କରାଯାଇଥିଲା । ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରପଡ଼ା ୪ଟି ଜିଲ୍ଲା ନିମନ୍ତେ ଦିବ୍ୟାଙ୍ଗମାନଙ୍କ ପାଇଁ ଆବଶ୍ୟକ କୃତ୍ରିମ ଅଙ୍ଗ ପ୍ରସ୍ତୁତି ଓ ପ୍ରଦାନ ଓ ବିଭିନ୍ନ ଉପକରଣ ବଂଟନ କ୍ଷେତ୍ରରେ ୨୦୨୧ରୁ କାର୍ଯ୍ୟ କରିଆସୁଥିବା ଜିଲ୍ଲା ସି.ଆର.ଏସ୍‌.ଆର୍‌. ଅନୁଷ୍ଠାନ ମଧ୍ୟ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ପରିପ୍ରେକ୍ଷୀରେ ଡ଼ିସେମ୍ବର ୩ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସଫଳ ଜିଲ୍ଲା ଓ ଅନୁଷ୍ଠାନମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କିଟ୍ ପରିସର ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ, ଗଣଶିକ୍ଷା ବିଭାଗ ନିତ୍ୟାନନ୍ଦ ଗଣ୍ଡଙ୍କ ଠାରୁ ଭଦ୍ରକ ଜିଲ୍ଲା ପାଇଁ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ସି.ଆର.ଏସ୍‌.ଆର୍ ପାଇଁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ା ଭଗବାନ ପରୀଡ଼ା ପୁରସ୍କାର ରାଶି ୫୦ ହଜାର ଲେଖାଏଁ ଟଙ୍କା ସହ ପ୍ରମାଣପତ୍ର, ମମେେଂଟା, ଉତରୀୟ ଆଦି ଉପଢ଼ୌକନ ଗ୍ରହଣ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.