Home Top News ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ କଙ୍ଗାରୁ କୋର୍ଟ : ବୃଦ୍ଧଙ୍କୁ ଅଢ଼େଇ...

ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ କଙ୍ଗାରୁ କୋର୍ଟ : ବୃଦ୍ଧଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଜରିମାନା, ଘଟଣାର ତଦନ୍ତ କଲେ ଶିଶୁମହିଳା ବିଭାଗ ଓ ପୁଲିସ

120

ମାଲକାନଗିରି, ୨୯/୩ (ଓଡ଼ିଆ ପୁଅ) ଭୁଲ କାହାର ତାହା କେହି ଜାଣି ନାହାନ୍ତି ହେଲେ କଙ୍ଗାରୁ କୋର୍ଟରେ ହୋଇଥିବା ବିଚାରକୁ ମଥା ନୁଆଇ ମାନିନେଲେ ଜଣେ ବୃଦ୍ଧ। କାଲିମେଳା ଥାନା ଅନ୍ତର୍ଗତ ସୁଧାକୁଣ୍ଟା ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହେବାପରେ ଗର୍ଭବତୀ ହୋଇଥିଲେ। ଲୋକଲଜ୍ଜାରୁ ବଞ୍ଚିବା ଲାଗି ଗାଁରେ ହି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ପିଡ଼ିତା। ହେଲେ ତାହାର ଏପରି ଅବସ୍ଥା କିଏ କରିଛି ବୋଲି ପ୍ରଶ୍ନ ଉଠିବାରୁ କଙ୍ଗାରୁ କୋର୍ଟରେ ହାଜର ହୋଇଥିଲେ ପଡୋଶୀ ଗାଁର ଜଣେ ବୟସ୍କ ବ୍ୟକ୍ତି। ବ୍ୟକ୍ତି ଜଣକ ଦୁଷ୍କର୍ମ କରିଛନ୍ତି କି ନାହିଁ ତାହାର କୌଣସି ପୋଲିସ ତଦନ୍ତ ହୋଇନାହିଁ କି ଲୋକଙ୍କ ପାଖରେ କୌଣସି ପ୍ରମାଣ ନାହିଁ ହେଲେ କଙ୍ଗାରୁ କୋର୍ଟରେ ନିଜର ଜିବନ ବଞ୍ଚାଇବା ଲାଗି ଶିଶୁ ପୁତ୍ରଟିକୁ ଗ୍ରହଣ କରିବା ସହ ଅଢେଇ ଲକ୍ଷ ଟଙ୍କା ଜରିମାନା ଦେବା ଲାଗି ରାଜି ହୋଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ। କାଲିମେଳା ଥାନା ଅନ୍ତର୍ଗତ ସୁଧାକୁଣ୍ଟା ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀ ପ୍ରାୟ ଏକ ବର୍ଷ ତଳେ ନିଜ ଜମିରେ ଥିବା ଲାଡିରେ ଏକାକି ରହିଥିଲେ। ଠିକ ଏହି ସୟରେ ପଡ଼ୋଶୀ ଏମ.ପି.ଭି-୭୭ ଗ୍ରାମର ଶ୍ୟାମଲ୍ ସ୍ୱର୍ଣ୍ଣ କାର ନାମକ ଜଣେ ବୃଦ୍ଧ ବ୍ୟକ୍ତି ଜଙ୍ଗଲରୁ କାଠ ସଂଗ୍ରହ କରି ଘରକୁ ଫେରୁଥିଲେ ହେଲେ ହଠାତ୍ ବର୍ଷା ହେବାରୁ କିଛି ସମୟ ଲାଗି ସେହି ଲାଡିରେ ରହିଯାଇଥିଲେ। ହେଲେ ଏହି ଘଟଣାର କିଛି ମାସ ପରେ ଦିବ୍ୟାଙ୍ଗ ଯୁବତୀ ଜଣକ ଗର୍ଭବତୀ ହେବାରୁ ସୁଧାକୁଣ୍ଟା ଗାଁ ଲୋକେ କଙ୍ଗାରୁ କୋର୍ଟର ଆୟୋଜନ କରି ଶ୍ୟାମଲ ସ୍ୱର୍ଣ୍ଣକାରଙ୍କୁ ସେଠାରେ ଡକାଇଥିଲେ। କଙ୍ଗାରୁ କୋର୍ଟର ବିଚାର ଅନୁସାରେ ନବଜାତ ଶିଶୁକୁ ଗ୍ରହଣ କରିବା ସହ ଅଢେଇ ଲକ୍ଷ ଟଙ୍କାର ଜରିମାନା ଦେବା ଲାଗି ମଧ୍ୟ ରାଜି ହୋଇଥିଲେ ଅଭିଯୁକ୍ତ। ବିଚାର ପରେ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ ସେ ଆଉ ବାକି ଟଙ୍କା କିସ୍ତିରେ ଦେବେ ବୋଲି କହିଥିଲେ।

ଶ୍ୟାମଲ ଦୁଷ୍କର୍ମ କରିଛି କି ନାହି ତାହା କେହି ଜାଣି ନାହାଁନ୍ତି। ଏହି ଘଟଣାକୁ ନେଇ ପୋଲିସ ପାଖରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ। କଙ୍ଗାରୁ କୋର୍ଟରେ ନିଜର ଦୋଷକୁ ଅସ୍ୱୀକାର କରିଥିଲେ ହେଁ ତାହାକୁ କିନ୍ତୁ ଶୁଣିନଥିଲେ ସୁଧାକୁଣ୍ଟା ଗାଁ ଲୋକେ। ତାଙ୍କୁ ନିସ୍ତୁକ ଭାବେ ପିଟିବା ସହ ହାତକୁ ବାନ୍ଧି ଏକ ଗଛରେ ଝୁଲାଇ ଦେଇଥିଲେ ସୁଧାକୁଣ୍ଟା ଗାଁ ଲୋକେ। ପରେ ନିଜର ଜୀବନ ବଞ୍ଚାଇବା ଲାଗି କଙ୍ଗାରୁ କୋର୍ଟର ସବୁ କଥାକୁ ମାନି ନେଇଥିଲେ ଶ୍ୟାମଲ ସରକାର। ଆଉ ନବଜାତ ଶିଶୁଟିକୁ ଆଣି ନିଜ ସାନ ଭାଇ ପାଖରେ ରଖିବା ସହ କଙ୍ଗାରୁ କୋର୍ଟରେ ଦେଇଥିଲେ ଫାଇନ। ହେଲେ ଏତେ ସବୁ ପରେ ଅଭିଯୁକ୍ତ କହିଛନ୍ତି ଯେ ସେ ଆଦୌ ଦୁଷ୍କର୍ମ କରି ନାହାନ୍ତି। ଆବଶ୍ୟକ ସ୍ଥଳେ ତାଙ୍କର ଡି.ଏନ.ଏ ଟେଷ୍ଟ କରାଯାଉ।

ଏମିତି କି ଦିବ୍ୟାଙ୍ଗ ଯୁବତି ଜଣକ ଗାଁରେ ଏକ ଶିଶୁ ପିତ୍ର ଜନ୍ମ ଦେଇଥିବା ବେଳେ ତାଙ୍କର କିନ୍ତୁ ଏପର୍ଯ୍ୟନ୍ତ ପଞ୍ଜିକରଣ ହୋଇନାହି। କଙ୍ଗାରୁ କୋର୍ଟରେ ଆଶା ଦିଦି ଓ ଅଙ୍ଗନୱାଡି କର୍ମୀଙ୍କୁ ଧମକ ମିଳିବା ପରେ ସେମାନେ ମଧ୍ୟ ଏହି ଘଟଣାକୁ ଚପେଇ ରଖିଥିଲେ। ହେଲେ ଆଜି ଏହି ଘଟଣା ପଦକୁ ଆସିବା ପରେ କାଲିମେଳା ସିଡିପିଓ ଅର୍ଣ୍ଣପୁର୍ଣ୍ଣା ବୁରୁଦା ଓ ଚାଇଲଡ଼ ଲାଇନ କର୍ମଚାରୀ ଓ ପୁଲିସ ଅଧିକାରୀ ମାନେ ସୁଧାକୁଣ୍ଟା ଗାଁକୁ ଯାଇ ଦିବ୍ୟାଙ୍ଗ ପିଡିତାଙ୍କୁ ଭେଟି ପଚରାଉଚରା ଜରିରଖିଛନ୍ତି। ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଇ ଦୋଷିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମୟ ବଦଳିଛି ହେଲେ ଏବେବି ବଦଳି ପାରିନାହିଁ ଆମ ସମାଜ। ଦେଶରେ ସମସ୍ତ ବର୍ଗର ଲୋକଙ୍କ ଲାଗି ଅନେକ ଆଇନ ବ୍ୟବସ୍ଥା ଚାଲୁ ରହିଥିଲେ ହେଁ ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଏବେ ମଧ୍ୟ ଦେଖିବାକୁ ମିଳୁଛି କଙ୍ଗାରୁ କୋର୍ଟ। ଯାହା ବିଂଶ ଶତାବ୍ଦୀର ଲୋକଙ୍କ ପାଇଁ ଏକ ଲଜ୍ଜା ନିଶ୍ଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.