Home ଓଡ଼ିଶା ଦିବ୍ୟାଙ୍ଗମାନେ ୱିଲ ଚୈୟାରରେ ବସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ଦିବ୍ୟାଙ୍ଗମାନେ ୱିଲ ଚୈୟାରରେ ବସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

40

ପୁରୀ, ୨୬।୧୧ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଓ ବୟସ୍କ ବୟସ୍କା ବ୍ୟକ୍ତି ଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା। ପୁରୀ ର ସାମାଜିକ ଅନୁଷ୍ଠାନ ସେଣ୍ଟର୍ ଫର୍ ଆକ୍ସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖ ରାଧାବଲ୍ଲଭ ମଠ ପାଖରେ ୧୦ ଗୋଟି ହୁଇଲ୍ ଚେୟାର ର ଉଦଘାଟନ କରାଯାଇଛି। ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମାନେ ହୁଇଲ ଚେୟାର ରେ ବସି ସୁବିଧାରେ କିଭଳି ଶ୍ରୀମନ୍ଦିର ପରିକ୍ରମା କରିପାରିବେ ସେନେଇ ଅନୁଷ୍ଠାନ ପକ୍ଷରୁ ନିଶୁଳ୍କ ରେ ଏହି ବ୍ୟବସ୍ଥା କରାଯାଇଛି। ଆଜିର ଏହି ଉଦଘାଟନି ଉତ୍ସବରେ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର, ପୋଲିସ ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ଶ୍ରୀମନ୍ଦିର ଚତୁପାର୍ଶ୍ବ ପରିକ୍ରମା ପାଇଁ ସେଣ୍ଟର୍ ଅଫ୍ ଆକ୍ସନ ପକ୍ଷରୁ ଏଭଳି ହୁଇଲ ଚେୟାର ର ବ୍ୟବସ୍ଥା କରାଯାଇଥିବାରୁ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମାନେ ଖୁସି ପ୍ରକଟ କରିଛନ୍ତି। ତେବେ ଆଗାମୀ ଆହୁରି ଅଧିକ ହୁଇଲ ଚେୟାର ଯୋଗାଇ ଦିଆଯିବ ବୋଲି ସେଣ୍ଟର ଫର ଆକ୍ସନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.