Home ଜିଲ୍ଲା ପରିକ୍ରମା ଦିବ୍ୟଭୂମିରେ ଜିଲାସ୍ତରୀୟ ପାଠଚକ୍ର ସମ୍ମିଳନୀ

ଦିବ୍ୟଭୂମିରେ ଜିଲାସ୍ତରୀୟ ପାଠଚକ୍ର ସମ୍ମିଳନୀ

26

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧୀନ କୋହ୍ଲସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଦିବ୍ୟଭୂମି ପରିସରରେ ଏକ ଜିଲାସ୍ତରୀୟ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟଭୂମିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ, ସାଧକ ଧରଣୀଧର ପାଲ, ପ୍ରଭାତ କୁମାର ନାୟକ ଓ ପ୍ରଫେସର ଡ. ଅନିଲ କୁମାର ମହାପାତ୍ର ଯୋଗଦେଇ ‘ମୃତ୍ୟୁ’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରର ଦିବ୍ୟଭୂମିର ପ୍ରତିଷ୍ଠାତା ସାଧକ ଅଶୋକ ସାହୁଙ୍କ ସ୍ମତିରେ ଏକ ସ୍ମରଣିକାକୁ ମଧ୍ୟ ଅତିଥିମାନେ ଲୋକାର୍ପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିହିଡ଼ି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ନାରାୟଣ ଅଗସ୍ତୀ, ଅନନ୍ତ ମହାନ୍ତି, ପ୍ରଦୀପ କୁମାର ଜେନା, ଅମରେଶ ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ନିଶାକର ନାୟକ, ଅରୁଣ କୁମାର ପଣ୍ଡା, ପି. ହୃଷୀକେଶ, ନରେନ୍ଦ୍ର କୁମାର ଯତି, ନୃସିଂହ ମହାପାତ୍ର, ହରିହର ସେନାପତି, ବିଷ୍ଣୁମୋହନ ନାୟକ, କାହ୍ନୁ ଚରଣ ମହାନ୍ତି, ବାସନ୍ତୀ ଦାସ, ଗଣେଶ ପ୍ରସାଦ ବେହୁରିଆ, ରବିକୁମାର ମହାନ୍ତି, ବିଶ୍ୱମୈତ୍ରୀ ନାୟକ ପ୍ରମୁଖ ବହୁ ମାତୃଭକ୍ତ ଅଂଶ ଗ୍ରହଣ କରିଥିଲେ। ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ରାଉତ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.