ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଫେସର ବାସୁଦେବ ବାରିକଙ୍କ ଧର୍ମପତ୍ନୀ ସୁସାହିତ୍ୟିକା ଓ ଆଧ୍ୟାତ୍ମିକବାଦୀ କସ୍ତୁରି ମଞ୍ଜରୀ ବାରିକଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ସମାରୋହ ଅବସରରେ ଏକ ସ୍ମୃତି ସଭା କଲ୍ୟାଣ ମଣ୍ଡପ ପରିସରରେ ବିଶିଷ୍ଟ ସାହିତ୍ୟିକ ଓ ପୂର୍ବତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କସ୍ତୁରୀ ମଞ୍ଜରୀ ମା’ଙ୍କ ପରି ସ୍ୱଚ୍ଛ, ସରଳ, ଭଦ୍ର, ନମ୍ର ଓ ଶାନ୍ତ ସ୍ୱଭାବର ନାରୀଟି ଆଜିକାଲି ସମାଜରେ ପାଇବା ସହଜ ନୁହେଁ । ଉପସ୍ଥିତ ଥିବା ସମସ୍ତ ଅତିଥି ଓ ବକ୍ତାମାନେ ଏହି କଥା ଉକ୍ତ ସଭାରେ ପ୍ରକାଶ କରିଥିଲେ । ଏହି ସଭାରେ ପ୍ରଫେସର ଝରଣା ପଟ୍ଟନାୟକ, ଡ଼. ବ୍ରଜମୋହନ ମିଶ୍ର, ଡ଼. ଗୋଲକ ବିହାରୀ ସାହୁ, ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଅନ୍ୟତମ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ଆଇନିଜୀବୀ ମନୋରଞ୍ଜନ ଦାସ ମଂଚଞ୍ଚ ଆହ୍ୱାନ କରିଥିଲେ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ବେଦ ପାଠ କରିଥିଲେ ଘନଶ୍ୟାମ ଲେଙ୍କା । ଅତିଥି ପରିଚୟ ସଂଯୁକ୍ତା ବଳ, ସ୍ୱାଗତ ଭାଷଣ ହରମୋହନ କୁଅଁର, ସଂପାଦକୀୟ ବକ୍ତବ୍ୟ ଶାନ୍ତନୁ କୁମାର ରାଉତ ଦେଇଥିବା ବେଳେ ସ୍ମରଣୀକା ବାବଦରେ ମୁଖ୍ୟ ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା ଓ ଗୌତମ ମହାରଣା ବକ୍ତବ୍ୟ ପ୍ରଦାନ କରିôତଲେ । ମାନପତ୍ର ପାଠ କରିଥିଲେ ବୈଲୋଚନ ବେହୁରିଆ । ଏତଦ୍ଭିନ୍ନ ଗୟାଧର ପଣ୍ଡା, ଅଜୟ ନାୟକ, ସୋନପୁରରୁ ଆସିଥିôବା କସ୍ତୁରୀ ମଞ୍ଜରୀଙ୍କ ଭାଇ ମଦନ ମୋହନ ଦାନୀ, ଚୈତାଳୀ ଖିଲାର, ପ୍ରଫେସର ସୁଚିତ୍ରା ପାଣିଗ୍ରାହୀ ପ୍ରଭୃତି ଅନ୍ୟମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଶେଷରେ ରୂପକ ବିହାରୀ ରାଏ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ବିଶିଷ୍ଟ ପ୍ରଫେସର ବାସୁଦେବ ବାରିକ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ-ସଦସ୍ୟାମାନେ ।








