Home ଜିଲ୍ଲା ପରିକ୍ରମା ଦିବଂଗତ ଭଜଗୋବିନ୍ଦ ଜେନା ଜଣେ ନିର୍ଭିକ ଓ ସ୍ପଷ୍ଟବାଦୀ ସାମ୍ବାଦିକ ଥିଲେ

ଦିବଂଗତ ଭଜଗୋବିନ୍ଦ ଜେନା ଜଣେ ନିର୍ଭିକ ଓ ସ୍ପଷ୍ଟବାଦୀ ସାମ୍ବାଦିକ ଥିଲେ

71

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବଂଗତ ଭଜଗୋବିନ୍ଦ ଜେନା କେବଳ ଜଣେ ନିର୍ଭିକ ଓ ନିଷ୍ଠାପର ସାମ୍ବାଦିକ ନଥିଲେ, ଜଣେ ସମାଜସେବୀ ଓ କଳାକୁ ଭଲପାଉଥିବା ମଣିଷ ଥିଲେ ବୋଲି ଆଜି ତାଙ୍କର ବିୟୋଗ ଜନିତ ସ୍ମୃତିଚାରଣ ସଭାରେ ଭଦ୍ରକର କାର୍ଯ୍ୟରତ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ସ୍ଥାନୀୟ ସାଳନ୍ଦୀ ଜଳସେଚନ ଡାକବଙ୍ଗଳା ଠାରେ ଆୟୋଜିତ ଏହି ସ୍ମୃତିଚାରଣ ସଭାକୁ ସାମ୍ବାଦିକ ଡ. ହରିହର ନାୟକ ସଂଚାଳନା କରିଥିଲେ । ଏହି ସଭାରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ପ୍ରତାପ ଦାସ, ରବିନାରାୟଣ ଖିଲାର, ଅଶୋକ ନାୟକ, ପ୍ରିୟଦର୍ଶନ ବୋଇତି, ସନାତନ ରାଉତ, ଗୌରହରି ନାୟକ, ଅପୂର୍ବ ରଂଜନ ବେହେରା, ଜ୍ଞାନପ୍ରକାଶ ପାଣି, ରୂପକ ବିହାରୀ ରାୟ, ଅବିନାଶ ପଣ୍ଡା, ରାଜେଶ ଦାସ, ଶୁଭଦୀପ ମଲ୍ଲିକ, ସଂଜୀବ ନାୟକ, ସୁବ୍ରତ ପାଲ, ପ୍ରକାଶ ସ୍ୱାଇଁ, ଜଗବନ୍ଧୁ ବେହେରା ପ୍ରମୁଖ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମାଜସେବୀ ଜଗନ୍ନାଥ ରାଉତ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ୱଗତଃ ଜେନା ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ଗଣମାଧ୍ୟମରେ ନିରପେକ୍ଷ ଭାବେ ଖବର ପରିବେଷଣ କରି ଚର୍ଚ୍ଚିତ ଥିଲେ । ସେ ଅତ୍ୟନ୍ତ ସ୍ପଷ୍ଟବାଦୀ ଓ ନିର୍ଭିକ ଭାବେ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଆସୁଥିବାବେଳେ ଜଣେ ସଂଗଠନ ପ୍ରେମୀ ଓ କଳାକୁ ଭଲପାଉଥିବା ମଣିଷ ଭାବେ ଦୀର୍ଘବର୍ଷ ଧରି ରାଜ୍ୟର ଅନ୍ୟତମ ବହୁ ପୁରାତନ ଭଦ୍ରକର ମନମୋହନ ସଂଗୀତ ପରିଷଦର ସଂପାଦକ ଦାୟିତ୍ୱ ତୁଲାଉଥିଲେ । ସେ ରାଜ୍ୟର ଉତ୍କଳ ସାମ୍ବାଦିକ ସଂଘର ଉପଦେଷ୍ଟା ଭାବେ ମନୋନୀତ ହୋଇ ନିଜ ସାଙ୍ଗଠନିକ ଦକ୍ଷତା ଦେଖାଇଥିଲେ ବୋଲି ବହୁ ଉପସ୍ଥିତ ବକ୍ତା ନିଜ ନିଜ ଅଭିଭାଷଣରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.