ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଂଚଳ ରେ ଦିନକୁ ଦିନ ଚୋରା ମଦ ସହିତ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଫଳରେ ମହିଳା ଓ ଛାତ୍ରୀ ମାନେ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ନୁହନ୍ତି ।ଦିନ ଦିପହର ଦିବା ଲୋକ ରେ ଚୋର ମାନେ ଜୋର ଜବର ଦସ୍ତ ଛିନତାଇ ଦ୍ୱାରା ମହିଳା ଓ ଛାତ୍ରୀ ଭୟ ଭିତ ହୋଇ ଗଲେଣି ।ଗୁରୁବାର ଦିନ ୧୦.୧୫ ରେ ଧାମନଗର ଥାନା ଅଂଚଳ ରେ ଏପରି ଏକ ଘଟଣା ଘଟିଛି । ସୁଚନା ଥାଉକି ଦଳାଙ୍ଗ ପଂଚାୟତ ର ପାଟୁଳୀ ଗ୍ରାମ ର ସୁଦିପା ନାୟକ ଧାମନଗର କଲେଜ ର+୩ ର ଦ୍ୱିତୀୟ ବର୍ଷ ର ଛାତ୍ରୀ । ଗୁରୁବାର ଦିନ ସବୁଦିନ ପରି ନିଜ ସାଇକେଲ ରେ ଆଗ ବାସକେଟ ରେ ନିଜର ବ୍ୟାଗ ରଖି କଲେଜ ଆସୁଥିଲେ । ଫଳପୁର – ଧାମନଗର ରାସ୍ତା ର ରାମେଶ୍ୱରପୁର ଛକ ନିକଟରେ ଆଗ ପଟୁ ଏକ ବାଇକି ରେ ତିନି ଜଣ ଯୁବକ ଆସି ଛାତ୍ରୀ ସୁଦୀପା କୁ ନଦୀଗାଁ କୁ ରାସ୍ତା ପଚାରି ଥିଲେ । ସେ ସିଧା ରାସ୍ତା ବୋଲି କହିବା ସମୟରେ ତାର ବ୍ୟାଗ୍ ଟିକୁ ନେଇ ଦୃତ ଗତିରେ ଚୋର ମାନେ ପଳାଇ ଥିଲେ । ପରେ ଛାତ୍ରୀ ଜଣକ ଧାମନଗର ଥାନା ରେ ଅଭିଯୋଗ କରିବା ପରେପୋଲିସ ଘଟଣା ର ତଦନ୍ତ କରୁଛନ୍ତି । ବିଭିନ୍ନ ସ୍ଥାନ ରେ ସି ସି କେମେରା ଯଂଚ କରୁଛନ୍ତି ।ମାତ୍ର ଚୋର ଙ୍କ ସନ୍ଧାନ ମିଳି ପାରିନାହିଁ । ତେବେ ବିଭିନ୍ନ ଛକ ବଜାର ରେ ପୋଲିସ କର୍ମଚାରୀ ନିୟୋଜିତ ସହ ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରିବାପାଇଁ ବିଭିନ୍ନ ମହଲ ରୁ ଦାବି ହେଉଛି ।