Home ଓଡ଼ିଶା ଦିନ ଦିପ୍ରହରରେ ଯୁବକଙ୍କ ଗଳାକାଟି ଲୁଟିନେଲେ ସୁନା ଚେନ

ଦିନ ଦିପ୍ରହରରେ ଯୁବକଙ୍କ ଗଳାକାଟି ଲୁଟିନେଲେ ସୁନା ଚେନ

42

ପୁରୀ ୧୦ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବ୍ରହ୍ମଗିରି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ରାଜ। ବ୍ରହ୍ମଗିରି ବ୍ଲକ କାଠୁଆରେଡି ଛକ ଠାରେ କିଛି ଦୁର୍ବୁତ୍ତ ଜଣେ ବ୍ୟକ୍ତିଙ୍କ ଠାରୁ ଦିନ ଦିପ୍ରହରରେ ଚେନ୍ ଲୁଟି ତାଙ୍କ ଗଳା କାଟିଦେଇଥିବା ଦେଖିବାକୁ ମିଳିଛି। ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଥାନା କାଠୁଆରେଡି ଗ୍ରାମର କେଦାର ଲେଙ୍କା ବୋଲି ଜଣାପଡିଛି।

କେଦାରଙ୍କ ବେକରେ ଗଭିର ଆଘାତ ଲାଗିଥିବା ବେଳେ କାନରେ ମଧ୍ୟ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ ରେବଣା ନୁଆଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଜାଇଥିବା ଦେଖିବାକୁ ମିଳିଛି।

ଚେନ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିବା ପରେ ପୋଲିସରେ ଜିମା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.