Home ଜିଲ୍ଲା ପରିକ୍ରମା ଦିନିକିଆ ଜଳଛତ୍ର ଖୋଲି ଦାୟିତ୍ୱ ମୁକ୍ତ ବିଭିନ୍ନ ପଂଚାୟତ ଅଧିକାରୀ

ଦିନିକିଆ ଜଳଛତ୍ର ଖୋଲି ଦାୟିତ୍ୱ ମୁକ୍ତ ବିଭିନ୍ନ ପଂଚାୟତ ଅଧିକାରୀ

14

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରାଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ ସବୁ ବ୍ଳକ ଓ ଗ୍ରାମ ପଂଚାୟତରେ ଏପ୍ରିଲ ୧୫ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ୭୫ ଦିନ ପାଇଁ ପ୍ରବଳ ଖରା ଯୋଗୁଁ ପଥଚାରୀଙ୍କୁ ପିଇବା ପାଣି ବଂଟନ ନିମନ୍ତେ ସୁବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଗତ ବର୍ଷ ମାନଙ୍କରେ ପଥଚାରୀଙ୍କ ଶୋଷ ମେଂଟାଇବା ପାଇଁ ପଂଚାୟତର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସେଡ ନିର୍ମାଣ କରି ମାଟି ମାଠିଆରେ ପାଣି ବ୍ୟବସ୍ଥା ରହିବା ସହ ଜଣେ ବ୍ୟକ୍ତିକୁ ନିୟୋଜିତ କରାଯାଇଥାଏ। କିନ୍ତୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବହୁ ପଂଚାୟତର ମୁଖ୍ୟ ବଜାର ମାନଙ୍କରେ ବର୍ତମାନ ସୁଦ୍ଧା ଜଳଛତ୍ର ଖୋଲାଯାଇନି। ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ଶହ ଶହ ଲୋକ ବାହାରକୁ ଯାଆନ୍ତି। କିନ୍ତୁ ଜଳଛତ୍ର ଖୋଲା ଯାଇନଥିବା ଯୋଗୁଁ ଗରୀବ ଲୋକେ ବାଧ୍ୟ ହୋଇ ଦୋକାନରୁ ପାଣି ବୋତଲ କିଣି ଆଣି ଶୋଷ ମେଂଟାଉଛନ୍ତି। କିଛି ପଂଚାୟତରେ କେବଳ ବିଷୁବ ସଂକ୍ରାନ୍ତି ଦିନ ଜଳଛତ୍ର ଖୋଲାଯାଇ ବଡ଼ ଦାୟିତ୍ୱ ନିର୍ବାହ କରିଥିବା ବେଳେ କପଡ଼ା ଘେରା ସେଡକୁ ଦେଖାଇ ଅର୍ଥ ହଡ଼ପ ମସୁଧା ଚାଲିଛି। ଏହି ବ୍ଲକ ଅଂଚଳରେ ବହୁ ସରକାରୀ ଓ ବେସରକାରୀ ସଙ୍ଗଠନ ଏବଂ ଅନୁଷ୍ଠାନ ଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇ ନାହାଁନ୍ତି।ଧାମନଗର ଏକ ବୃହତମ ବ୍ଳକ ହୋଇଥିବାରୁ ଏହା ଅଧୀନସ୍ଥ ବିଭିନ୍ନ ପଞ୍ଚାୟତ ତତଫରୁ ଏହାର ଭିନ୍ନ ଛକ ଓ ବଜାର ମାନଙ୍କରେ ପଥଚାରୀଙ୍କୁ ଜଳଛତ୍ର ଖୋଲି ପିଇବା ପାଣିର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.