ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନରେ ବିଲ ମଧ୍ୟରେ ଟ୍ରାକ୍ଟର ଯିବାକୁ ନେଇ ବଚସା ପରେ ରାତିରେ ସଙ୍ଘ ବାଧ୍ୟ ଭାବେ ଆକ୍ରମଣ କରିଛନ୍ତି ଅପରପକ୍ଷ। ଏହି ଆକ୍ରମଣରେ ବାପ ପୁଅ ଗୁରୁତର ହୋଇଥିଲା ବେଳେ ମା ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଆଗରପଡା ଥାନା ଅଧିନସ୍ଥ ପୁରୁଷଣ୍ଡ ଗ୍ରାମରେ। ଏହି ଗ୍ରାମର ଅଭିମନ୍ୟୁ ଜେନା ଙ୍କ ବିଲରେ କେତେକ ବ୍ୟକ୍ତି ଜୋର ଜବରଦସ୍ତ ଭାବେ ଗତ କାଲି ସକାଳେ ଟ୍ରାକ୍ଟର ନେଇ ତାଙ୍କ ହିଡ଼ କୁ ନଷ୍ଟ କରିଦେଇ ଥିଲେ। ତେଣୁ ଅଭିମନ୍ୟୁ ଏଥିପାଇଁ କ୍ଷତି ପୂରଣ ଦାବି କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଟ୍ରାକ୍ଟର ନେଇ ଥିବା ବ୍ୟକ୍ତି ମାନେ ଅଭିମନ୍ୟୁ ଙ୍କ ଘରକୁ ଯାଇ ପ୍ରଥମେ ତାଙ୍କ ସ୍ତ୍ରୀ କୁ ଆକ୍ରମଣ କରିଥିଲେ। ପରେ ରାତିରେ ସଂଘ ବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ଧରୁ ଅଭିମନ୍ୟୁ ଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ପୁଅ ମନୋଜ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଖଣ୍ଡରେ ଆକ୍ରମଣ ରେ କରିଥିଲେ। ସେମାନେ ଗୁରୁତର ହୋଇ ପଡିବାରୁ ଗ୍ରାମବାସୀ ମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା କୁ ଗତ କାଲି ବିଳମ୍ବିତ ରାତ୍ରିରେ ଆଣି ଥିଲେ। ବାପ ଓ ପୁଅ ଙ୍କ ହାତ ଗୋଡ଼ ମୁଣ୍ଡ ଓ ପିଠିରେ ଜୋର ଆଘାତ ଲାଗିଛି। ଖବର ପାଇ ଆଗରପଡା ପୋଲିସ ଗାଁ ରେ ପହଂଚି ତଦନ୍ତ ଆରମ୍ଭ କରିଥିଲା ବେଳେ ଆକ୍ରମଣ କାରି ମାନେ ଫେରାର ହୋଇ ଯାଇଛନ୍ତି।








