Home ଜିଲ୍ଲା ପରିକ୍ରମା ଦିଗିରେ ସାଇ ସଂଗଠନର ଜିଲା ଯୁବ ସମ୍ମିଳନୀ

ଦିଗିରେ ସାଇ ସଂଗଠନର ଜିଲା ଯୁବ ସମ୍ମିଳନୀ

18

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଲିଖଣ୍ଡ ଶ୍ରୀ ସତ୍ୟସାଇ ସମିତି ପକ୍ଷରୁ ଦିଗି ଠାରେ ଜିଲା ଯୁବ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଟାରେ ତ୍ରୟରୁଦ୍ରମ, ଜ୍ୟୋତି ଆବାହନ, ବେଦପାଠ, ଆବାହନୀ ସଂଗୀତ ଗାନ ପରେ ଜିଲା ସଭାପତି ଡାକ୍ତର ରଣଜିତ୍ ଖଟୁଆ ସମ୍ମିଳନୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରତାପ ଭଞ୍ଜଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସଭାପତି ଶ୍ରୀ ଖଟୁଆ, ମୁଖ୍ୟବକ୍ତା ଭାବେ ରାଜ୍ୟ ଯୁବ ସଂଯୋଜକ ତୁଷାରକାନ୍ତ ନାଥ, ସମ୍ମାନିତ ଅତିଥି ଭାବେ ଜିଲା ଆଇ.ଟି. ସଂଯୋଜକ ଜ୍ୟୋତିପ୍ରକାଶ ସାହୁ, ରାଜ୍ୟ ଆଇ.ଟି ଇନ୍‌ଚାର୍ଜ ରବିନ୍ଦ୍ର କୁମାର ବେହେରା, ଜିଲା ସେବା ସଂଯୋଜକ ଜୟଚନ୍ଦ୍ର ବେହେରା, ତାରାବଲ୍ଲଭ ମହାପାତ, ସାଇଶମ୍ଭୁ ମିଶ୍ର, ଜ୍ୟୋତିପ୍ରକାଶ ସାହୁ, ବାସୁଦେବ ବାରିକ, ରାଜୀବ ଲୋଚନ ସାହୁ ପ୍ରମୁଖ ଯୋଗ ଦେଇ ଯୁବଗୋଷ୍ଠୀମାନେ ସତ୍ୟସାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସମାଜର ମଙ୍ଗଳ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ପକ୍ଷରୁ ଭାରତୀୟ ସେନା ବାହିନୀର ଜବାନ ହିତେଶ ରଂଜନ ପତିଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ବାଲିଖଣ୍ଡ ସମିତିର ଆବାହକ ବୃନ୍ଦାବନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ପୂର୍ବତନ ଜିଲା ସଭାପତି ଇଂ. ସନାତନ ପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ବିଜୟ ପତି, ଅଶୋକ ବଳ, ମନୋଜ କୁମାର ନାୟକ, ଆବାହକ ସଂଜୟ କୁମାର ମହାପାତ୍ର, ଶଶଧର ସାମଲ, ରଶ୍ମୀରଂଜନ ନାୟକ, ଅରୁଣ କୁମାର ସାହୁ, ଦୈତାରୀ ସେଠୀ, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉତମ କୁମାର ମହାନ୍ତି, ସାମନ୍ତ ମହାପାତ୍ର, ଉଦୟ କୁମାର ବେହେରା, ରଂଜନ କୁମାର ଦାସ, ସନାତନ ଶିଅଳ, ପ୍ରଶାନ୍ତ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ, ପୁଷ୍ପଲତା ଜେନା, ଈଶ୍ୱରମ୍ମା ଶିଅଳ, କବିଲତା ପଣ୍ଡା, ଗଙ୍ଗାଧର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.