Home ଜିଲ୍ଲା ପରିକ୍ରମା ଦିଗଛିଆ-ବାଂଶଡା ରାସ୍ତା ପ୍ରକଳ୍ପ ମିଆଦୀ ପରେ ମଧ୍ୟ କାର୍ଯ୍ୟ ଶେଷ ନେଇ ପ୍ରଶ୍ନବାଚୀ, ପିଚୁ କାର୍ଯ୍ୟର...

ଦିଗଛିଆ-ବାଂଶଡା ରାସ୍ତା ପ୍ରକଳ୍ପ ମିଆଦୀ ପରେ ମଧ୍ୟ କାର୍ଯ୍ୟ ଶେଷ ନେଇ ପ୍ରଶ୍ନବାଚୀ, ପିଚୁ କାର୍ଯ୍ୟର ମୋଟେଇ ନେଇ କାର୍ଯ୍ୟ ବନ୍ଦ କଲେ ଅଂଚଳବାସୀ ଗୋଟିଏ ପଟରେ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ପଟରେ ପିଚୁ ଉଠିଗଲାଣି

7

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଥିବା ନେଇ ଅଂଚଳବାସୀ ଅଭିଯୋଗ ଆଣିଥିବା ବେଳେ ଏହି ରାସ୍ତା କାର୍ଯ୍ୟ କେବେ ସଂପୂର୍ଣ ହେବ ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଦିଗଛିଆ- ବାଂଶଡା ୧୦କି.ମି ଦୀର୍ଘ ବିଶିଷ୍ଟ ରାସ୍ତାକୁ ଭଦ୍ରକ (ରାସ୍ତା ଓ କୋଠାବାଡି ବିଭାଜନ)ପ୍ରଥମେ କେ ବିଏମ କନଷ୍ଟ୍ରକସନ କମ୍ପାନୀକୁ କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ଦେଇଥିଲେ ଏବଂ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଏହି କାର୍ଯ୍ୟ ଗତ୨୨ ଫେବୃଆରୀ ୨୦୨୩ ମସିହାରେ ଆରମ୍ଭ କରିଥିବା ବେଳେ ଏହାର ପୂର୍ଣାଙ୍ଗ ୨୧ ମାର୍ଚ ୨୦୨୪ ରେ ହେବ ବୋଲି ସୁଚନା ଦିଆଯାଇଥିଲା। ଏହି ରାସ୍ତା କାର୍ଯ୍ୟ ଆକଳନ ମୂଲ୍ୟ ପ୍ରଥମେ୨୫କୋଟି୧୫ ଲକ୍ଷ ଟଙ୍କାରେ ସିମୀତ ଥିବା ବେଳେ ଦ୍ୱତୀୟ ପର୍ଯ୍ୟାୟରେ ଏହା ୩୪କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଆକଳନ ମୁଲ୍ୟ ପ୍ରଥମେ ଏକ କି.ମି ପିଛା୨.୫କୋଟି ଟଙ୍କା ଆକଳନ କଲେ ଏବଂ ପୁନଶ୍ଚ ସେହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ତାହା ପୁନଶ୍ଚ କି.ମି ପିଛା ୩.୪କୋଟି ଟଙ୍କାକୁ ବୃଦ୍ଧି କଲେ । ପ୍ରଥମ ସୁଚନା ଫଳକରେ ଏହି କାର୍ଯ୍ୟ ମାର୍ଚ୍ଚ ୨୦୨୪ରେ ଶେଷ ହେବ ବୋଲି ଲିପିବଦ୍ଧ ହୋଇଥିବା ବେଳେ ଦ୍ୱିତୀୟ ସୁଚନା ଫଳକରେ ଏହି କାର୍ଯ୍ୟ ଡିସେମ୍ବର ୨୦୨୪ରେ ଶେଷ ହେବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା।ମାତ୍ର ସମସ୍ତ ଅବଧି ଶେଷ ହୋଇଥିବା ବେଳେ ଏହି ରାସ୍ତା କାର୍ଯ୍ୟ କେବେ ଶେଷ ହେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ପ୍ରଥମେ ଏହି କାର୍ଯ୍ୟ ନେଇଥିବା ଠିକାଦାର ଏହି କାର୍ଯ୍ୟ ଠିକ ଭାବେ କରୁ ନଥିବା ନେଇ ଅଭିଯୋଗ ହେବା ପରେ ପୁନଶ୍ଚ ଏହି କାର୍ଯ୍ୟକୁ ଅନ୍ୟ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। ମାତ୍ର ସଂପୃକ୍ତ ଠିକାଦାର ମଧ୍ୟ ଏହି ରାସ୍ତାକୁ ଠିକ ଭାବେ ନିର୍ମାଣ କରୁ ନଥିବା ନେଇ ବହୁବାର ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ସଂପୃକ୍ତ ଠିକାଦାର ରାସ୍ତା କାର୍ଯ୍ୟ କରୁଥିବା ବେଳେ କେଉଁଠି ରାସ୍ତା ଫାଟି ଧସି ଯାଇଥିବା ବେଳେ କେଉଁଠି ପିଚୁର ମୋଟେଇ ଠିକ ନାହିଁ ବୋଲି ଅଭିଯୋଗ ହୋଇଥିଲା। ଆଜି ସଂପୃକ୍ତ ଠିକାଦାର ଦିଗଛିଆ ବଜାର ଠାରେ ପିଚୁ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟଅଂଚଳବାସୀ ଆସି କେତେ ପରିମାଣରେ ପିଚୁ ଦିଆଯାଉଛି ଏବଂ ଏହିାର ମୋଟେଇ କେତେ ରହିବା ଦରକାର ସେଥିପାଇଁ ଏଷ୍ଟିମେଟ ଦେଖାଇବାକୁ କହିଥିଲେ। ମାତ୍ର ସଂପୃକ୍ତ ଠିକାଦାର ପିଚୁ କାର୍ଯ୍ୟର ମୋଟେଇ କମ କରୁଥିବା ନେଇ ଅଂଚଳବାସୀ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ପରେ ଏହି ବିଭାଗ ର କନିଷ୍ଠଯନ୍ତୀ ଆଲୋକ ମଲିକ ସେଠାରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପିଚୁର ମୋଟେଇ ଠିକ ହେବା ଦରକାର ନଚେତ କାର୍ଯ୍ୟ ସଂପୂର୍ଣ ବନ୍ଦ କରି ଦେବାକୁ ଧମକ ଦେଇଥିଲେ। ଖବର ଲେଖା ହେବା ବେଳକୁ ସଂପୃକ୍ତ କନିଷ୍ଠଯନ୍ତୀ ସେହି ସ୍ଥାନରେ ଥିବା ବେଳେ ରାସ୍ତାର ପିଚୁ କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ବନ୍ଦ କରାଯାଇଥିଲା ଏହି ବାବଦରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ମତାମତ ନେବାରୁ ସେ ସଂପୃକ୍ତ ଠିକାସଂସ୍ଥା ଏଷ୍ଟିମେଟ ଅନୁଯାଇ କାର୍ଯ୍ୟ କରୁ ନଥିବା କଥା କହିଥିଲେ।ମାତ୍ର ଗୋଟିଏ ପଟରେ କାର୍ଯ୍ୟ ଆରମ୍ଭ ହୋଇ ନଥିବା ବେଳେ ଅନ୍ୟ ପଟରେ ଶେଷ ହୋଇଥିବା ଅଂଶ ରୁ ମଧ୍ୟ ପିଚୁ ଉଠିଗଲାଣି। ବିଭାଗୀୟ କର୍ତୁପକ୍ଷଙ୍କ ପାଖରେ ଏ ବାବଦରେ ବହୁ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ ହୋଇ ପଡିଛି। କେଉଁ ପରିସ୍ଥିତିରେ ଏହି କାର୍ଯ୍ୟର ସମୀକ୍ଷା ହେଉ ନାହିଁ ଏଥିସହ ଗୋଟିଏ ପଟରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ନଥିବା ବେଳେ ଅନ୍ୟ ପଟ ରାସ୍ତାରୁ ପିଚୁ ଉଠିବା ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି ବୋଲି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.