Home ଜିଲ୍ଲା ପରିକ୍ରମା ଦିଗଛିଆ-ବାଂଶଡା ରାସ୍ତାରେ ଧସିଲା ପାଚେରୀ,କାର୍ଯ୍ୟର ସମୀକ୍ଷା ଅଫିସରେ, ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନବାଚୀ

ଦିଗଛିଆ-ବାଂଶଡା ରାସ୍ତାରେ ଧସିଲା ପାଚେରୀ,କାର୍ଯ୍ୟର ସମୀକ୍ଷା ଅଫିସରେ, ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନବାଚୀ

16

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା କଥା ବହୁବାର ବିଭିନ୍ନ ଛାପା ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଚେତୁନାହିଁ ପ୍ରଶାସନ। ଫଳରେ ସାଧାରଣ ଜନତାଙ୍କ ଝାଳବୁହା ଅର୍ଥ ଦିନକୁ ଦିନ ହଡପ ହେବାରେ ଲାଗିଛି। ଏହାର ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ୩୪ କୋଟି ଟଙ୍କା ବିନିମୟରେ ହେଉଥିବା ଦିଗଛିଆ- ବାଂଶଡା ରାସ୍ତା କାର୍ଯ୍ୟରେ। ଏହି ରାସ୍ତା କାର୍ଯ୍ୟ ସଂପୃକ୍ତ ଠିକାଦାର ନିଜ ମନମାନୀରେ କରୁଥିବା ନେଇ ବିଭାଗୀୟ ଅଧିକାରୀ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି। ଗତ ବୁଧବାର ଦିନ ଏହି ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀ ସଂପୃକ୍ତ ଠିକାଦାରଙ୍କୁ ନିଜ ମନମାନୀରେ କାର୍ଯ୍ୟ ବନ୍ଦ ରଖିବାକୁ ଚେତାବନୀ ଦେଇଥିବା ବେଳେ ସଂପୃକ୍ତ ଠିକାଦାର ବିଭାଗୀୟ ଅଧିକାରୀଙ୍କ କଥାକୁ ଫୁ କରି ଦେଇଥିଲେ। ଆଜି ପୁନଶ୍ଚ ଏହି ରାସ୍ତାରେ ନିର୍ମାଣ ହେଉଥିବା ଗାର୍ଡ ଓାଲ ଭୁଷୁଡି ପଡିଛି। କେଉଁ ପରିସ୍ଥିତିରେ ଏହି ଗାର୍ଡ ଓାଲ ଭୁଷୁଡିଗଲା ଏବଂ ଏହି କାମରେ ହେଉଥିବା ଅନିୟମିତତା ର ପର୍ଦାଫାଶ ହୋଇଛି। ଏହି ବିଷୟରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଚରଣ ସିଂଙ୍କୁ ପଚାରିବାରୁ ସେ ଏହାକୁ ଅତି ସରଳ ଭାବେ ଗ୍ରହଣ କରି କଣ ହୋଇଛି ଦେଖିବା ବୋଲି କହି କଥାକୁ ଏଡାଇ ଯାଇଥିଲେ। ପରେ ସଂପୃକ୍ତ ଉପଖଣ୍ଡ ଅଧିକାରୀ ଦାୟିତ୍ୱରେ ଥିବା ମଧୁସ୍ମିତା ବାସ୍କେ ଙ୍କୁ ଏହି ବିଷୟରେ ଯୋଗାଯୋଗ କରିବାରୁ ସେ ଜଳେଶ୍ୱର ପୁର ଠାରେ ଧସିଯାଇଥିବା ଗାର୍ଡ ଓାଲ ବିଷୟରେ ଅବଗତ ନଥିବା କଥା କହିବା ସହ ସଂପୃକ୍ତ ଠିକାଦାର ଏହି ବିଷୟରେ କିଛି କହି ନଥିବା ମଧ୍ୟ କହିଥିଲେ। ଅନ୍ୟ ପକ୍ଷରେ ସଂପୃକ୍ତ ଠିକାଦାର ଏହି ଧସିଯାଇଥିବା ଗାର୍ଡ ଓାଲକୁ ଲୁଚାଇବାକୁ ଯାଇ ସେହି ଗାଡି ଓାଲ ଉପରେ ମାଟି ପକାଇ ନିଜର ନିମ୍ନ ମାନର କାର୍ଯ୍ୟକୁ ଲୁଚାଇବାକୁ ଚେଷ୍ଟା ଚଳାଇଥିଲେ। ତୁରନ୍ତ ଏହି ନିମ୍ନ ମାନର କାର୍ଯ୍ୟ ହେଉଥିବା ବେଳେ ସଂପୃକ୍ତ କନିଷ୍ଠଯନ୍ତ୍ରୀ କାହିଁକି ଏହି ସ୍ଥାନରେ କାର୍ଯ୍ୟ ତଦାରଖ କରୁ ନାହାନ୍ତି ଅଥବା ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟର ସମୀକ୍ଷା କରୁ ନାହାନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ଅଂଚଳବାସୀ ଏହି କାର୍ଯ୍ୟର ସମୀକ୍ଷା କେବଳ କାଗଜପତ୍ରରେ ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି। ତୁରନ୍ତ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.