Home ଜିଲ୍ଲା ପରିକ୍ରମା ଦିଗଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଘୋଷିତ ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ ପାଇଁ ଓ଼ଜେୟୁର ଦାବି

ଦିଗଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଘୋଷିତ ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ ପାଇଁ ଓ଼ଜେୟୁର ଦାବି

44

ସମ୍ବଲପୁର, ୦୫/୦୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲାରେ ଗତ ୬ ମାସ ମଧ୍ୟରେ ୫ ଜଣ ସମ୍ମୁଖ କରୋନା ଯୋଦ୍ଧା ସାମ୍ବାଦିକ ଙ୍କ ଦେହାନ୍ତ ଘଟିଛି। ମୃତ୍ୟୁବରଣ କରିଥିବା ଏହି ସାମ୍ବାଦିକ ମାନଙ୍କ ପରିବାର ଏବେ ଦୁଃଖ ତଥା ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି। ତେବେ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଏହି ସାମ୍ବାଦିକଙ୍କ ପରିବାରକୁ ସରକାର ଘୋଷଣା କରିଥିବା ସମ୍ମୁଖ କରୋନା ଯୋଦ୍ଧା ଅନୁକମ୍ପା ରାଶି (୧୫ ଲକ୍ଷ) ଟଙ୍କା ଏବଂ ଓଡ଼ିଶା ରାଜ୍ୟ କର୍ମଜୀବି ସାମ୍ବାଦିକ କଲ୍ୟାଣ ପାଣ୍ଠି ସଂଶୋଧନ ନିୟମ – ୨୦୨୦ ରୁଲ ନମ୍ବର ୭ (୧) ଅନୁଯାୟୀ କର୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁହେଲେ ନିୟମ ମୁତାବତ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ସାମ୍ବାଦିକ ସଂଘ ( ଓ଼ଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରେ ସରକାର ଘୋଷଣା କରିଥିବା ଆର୍ଥିକ ଅନୁକମ୍ପା ରାଶି ଅବିଳମ୍ବେ ଦିବଙ୍ଗତ ସାମ୍ବାଦିକ ଙ୍କ ପରିବାର କୁ ପ୍ରଦାନ ପାଇଁ ଦାବି କରାଯାଇଛି। ଗତ ୬ ମାସ ମଧ୍ୟରେ ଜ଼ିଲ୍ଲା ର ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ମାନେ ହେଲେ ଦେବେନ୍ଦ୍ର ସାମନ୍ତରାୟ (ସମ୍ବାଦ), ବିଜୁ ପଟ୍ଟନାୟକ (ସମାଜ), ମାନସ ରଂଜନ ଜୟପୁରିଆ ( ଜୀ ଓଡିଶା), ମୁକ୍ତ ସାମ୍ବାଦିକ ଦାମୋଦର ପଣ୍ଡା ଏବଂ ରାଘେବେନ୍ଦ୍ର ଷଡଙ୍ଗୀ (ଲୋକର କଥା)। ଏହି ଦାବି ପତ୍ର ପ୍ରଦାନ ସମୟରେ ଓ଼ଜେୟୁ ଜ଼ିଲ୍ଲା ସଭାପତି ହିଂମାଶୁ ଶେଖର ମିଶ୍ର, ସମ୍ପାଦକ ସରୋଜ ସାହୁ, ଉପ ସଭାପତି ସୁକାନ୍ତ କର, ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ଅଜୟ ନାଥ, ଜୁସ୍ମନ ରଣା, ସମୀର ଷଡ଼ଙ୍ଗୀ, ସତ୍ୟଜିତ ମହାପାତ୍ର, ତଫିଜୁଲ ହୁସେନ, ନିଉଟନ ରାୟ, ଦେବାଶିଷ ବେହେରା, ସଂଜୀବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜ଼ିଲ୍ଲାପାଳ ପଦ୍ମନାଭ ବେହେରା ଦାବି ପତ୍ର ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.