Home ଜିଲ୍ଲା ପରିକ୍ରମା ଦାୱତେ ଇସଲାମୀ ଇଣ୍ଡିଆ ପକ୍ଷରୁ ଚାରା ରୋପଣ

ଦାୱତେ ଇସଲାମୀ ଇଣ୍ଡିଆ ପକ୍ଷରୁ ଚାରା ରୋପଣ

12

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଦାୱତେ ଇସଲାମୀ ଇଣ୍ଡିଆ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଓ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଯାଉଲ ହସନ (ରିଜନ) ଚାରା ରୋପଣ ଶୁଭାରମ୍ବ କରିଥିଲେ ଓ ଦାୱତେ ଇସଲାମୀ ଇଣ୍ଡିଆ ର ଅନେକ ବିଭାଗ ମଧ୍ୟରୁ ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷା ନେଇ କାମ କରୁଥିବା ଏକ ମୁଖ୍ୟ ବିଭାଗ ହେଉଛି (ଜି.ଏନ.ଆର.ଏଫ) ଗରିବ ନୱାଜ ରିଲିଫ ଫାଉଣ୍ଡେସନ ଓ ଏହି ବିଭାଗ ଦ୍ୱାରା ସାରା ଭାରତରେ ଏକ ବୃହତ ଗଛ ଲଗାଇବା ଅଭିଯାନ ଆୟୋଜନ କରାଯାଇଛି , ଯାହା ୭ ଜୁଲାଇ ଠାରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା ଓ ଏହି ଅଭିଯାନ ଓଡ଼ିଶାର ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଏବଂ ଗ୍ରାମାଂଚଳ ସହିତ ଭଦ୍ରକ ଗୌସିଆ ନଗର ଓ ସରକାର ନଗର ରେ ମଧ୍ୟ ଚାରା ରୋପଣ ଲଗାଯାଇଛି ଓ ବୃକ୍ଷରୋପଣ ଅଭିଯାନ ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ ବାର୍ତା ଦେଇଥିଲେ ଏବଂ ଚାରା ଲଗାଓ ଗଛ ବଢ଼ାଓ ସ୍ଲୋଗାନ ମଧ୍ୟ ଲଗାଇଥିଲେ ଓ ପରିବେଶର ସୁରକ୍ଷା ପାଇଂ ପ୍ରତ୍ୟେକ ପରିବାର ଚାରା ରୋପଣ ପାଇଂ ପରାମର୍ଶ ଦେଇଥିଲେ ଓ ଗରିବ ନୱାଜ ରିଲିଫ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଥିଲେ ଏବଂ ଭଦ୍ରକରେ ଜନସାଧାରଣଙ୍କୁ ମଧ୍ୟ ୧୦୦ ରୁ ଉର୍ଦ୍ଧ ଚାରା ବାଂଟିଥିଲେ ଓ ଗରିବ ନୱାଜ ରିଲିଫ ଫାଉଣ୍ଡେସନ ର ସଭ୍ୟ ଶିକ୍ଷକ କାରୀ ଯାମୀ ହସନ , କାରୀ ସଦ୍ଦାମ, କଫିଲ ଅହେମଦ, ହମିଦ ମଦାନୀ, ଇରଫାନ ଅତାରି , ଅବଦୁଲ କୁଦୁସ, ଇମାମ ତଥା ମୌଲାନା ସଫିରୁଦ୍ଦିନ, ଅବଦୁଲ ୱାଜିଦ ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.