ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରୁ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ତତ୍ୱାବଧାନରେ ‘ହରଘର ତ୍ରିରଙ୍ଗା’ ପଦଯାତ୍ରା ଅଭିଯାନ ବାହାରି ପୁରୁଣାବଜାର ଛକ, ବାଙ୍କାବଜାର ଦେଇ ମହାବିଦ୍ୟାଳୟରେ ପହଂଚିଲା। ଛାତ୍ରଛାତ୍ରୀମାନେ ‘ହରଘର ତ୍ରିରଙ୍ଗା’ ପଦଧ୍ୱନି ଦେଇ ଯାତ୍ରା କରିଥିଲେ। ଉକ୍ତ ଅଭିଯାନରେ ପୂର୍ବତନ ଅଧ୍ୟକ୍ଷ ଡଃ କୃପାସିନ୍ଧୁ ନାୟକ, ପ୍ରଭାତୀ ନାୟକ, ଅକ୍ଷୟ କୁମାର ପାଣିଗ୍ରାହୀ, ମଞ୍ଜୁଲତା ମହାପାତ୍ର, ମଧୁସୂଦନ ତ୍ରିପାଠୀ, ରଘୁନାଥ ନାୟକ ଓ ଗୌରା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ରଙ୍ଗୋଲି, ପ୍ରବନ୍ଧ ଓ ଚିତ୍ରକଳା ପ୍ରତିଯୋଗିତାମାନ ହୋଇଥିଲା।








