ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ‘ସଂସ୍କୃତଦିବସ ସମାରୋହଃ’ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହରେ ଅକ୍ଷୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି, ମଞ୍ଜୁଲତା ମହାପାତ୍ର ଓ ସ୍ୱର୍ଣ୍ଣଲତା ପାକଳ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସଂସ୍କୃତ ଭାଷାର ମହତ୍ୱ ଓ ସଂସ୍କୃତ ଭାଷା କିପରି ଲୋକଭାଷା ହୋଇପାରିବ ଏଥିପାଇଁ ଆମ୍ଭମାନଙ୍କର ପ୍ରଚେଷ୍ଟା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ବେଦପାଦ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଇଥିଲା । ପରିଶେଷରେ ମଧୁସୂଦନ ତ୍ରିପାଠୀ ଧନ୍ୟବାଦ ଦେବା ସଂଗେ ସଂଗେ ରଘୁନାଥ ନାୟକ ଓ ଗୌରାଙ୍ଗ ଦାସ ପ୍ରମୁଖ ସଭା ସଂଚାଳନ କରିଥିଲେ ।








