Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଶ୍ରୀ ଜଗନ୍ନାଥ ଚେତନାର ଆଲୋଚନା ଚକ୍ର ଓ ଲୋକନୃତ୍ୟ

ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଶ୍ରୀ ଜଗନ୍ନାଥ ଚେତନାର ଆଲୋଚନା ଚକ୍ର ଓ ଲୋକନୃତ୍ୟ

13

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରଣା ବଜାରସ୍ଥିତ ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନା ଚକ୍ର ଓ ଲୋକନୃତ୍ୟ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବକୁ ସିନିୟର ଟ୍ରିବୁନାଲ ସମାଧାନ ଜଜ୍ ତଥା ବରିଷ୍ଠ ନାଗରିକ ଭଦ୍ରକ ମହାସଂଘର ସଭାପତି ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ତତ୍ତ୍ୱ ସର୍ବପୁରାତନ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ଏବଂ ସଂସ୍କୃତ ଭାଷାର ପ୍ରୟୋଗ ଓଡ଼ିଆ ଭାଷାରେ ପ୍ରତିଫଳିତ ବୋଲି ମତବ୍ୟକ୍ତ କରିଥିବା ବେଳେ ଅନ୍ୟତମ ମୁଖ୍ୟବକ୍ତା ଶ୍ରୀ ଜଗନ୍ନାଥ ଚେତନାର ଉପସଭାପତି ଓ ରେଲ୍‌ୱେ ବୋର୍ଡ଼ର ଅବସରପ୍ରାପ୍ତ ନିରୀକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ପଣ୍ଡା ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ବିଶ୍ୱ ସାହିତ୍ୟରେ ଅନ୍ତର୍ଭୁକ୍ତ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଉତ୍ସବରେ ନୋଡ଼ାଲ ଅଫିସର ଶୁକଦେବ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ଲୋକ ନୃତ୍ୟ ପରିବେଷଣ କରିଥିବା ବେଳେ ସର୍ବଶ୍ରୀ ମଧୁସୂଦନ ତ୍ରିପାଠୀ, ଅକ୍ଷୟ କୁମାର ପାଣିଗ୍ରାହୀ, ରଘୁନାଥ ନାୟକ, ଗୌରାଙ୍ଗ ଦାସ ମଞ୍ଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.