Home ଓଡ଼ିଶା ଦାବି ପୂରଣ ନିମନ୍ତେ ପିଇଓମାନେ କଳାବ୍ୟାଚ ପିନ୍ଧିଲେ

ଦାବି ପୂରଣ ନିମନ୍ତେ ପିଇଓମାନେ କଳାବ୍ୟାଚ ପିନ୍ଧିଲେ

304

କୋରାପୁଟ ୧୫-୦୨ (ଓଡିଆ ପୁଅ/ରଂଜନ କୁମାର ଦାସ)ପଂଚାୟତ ନିର୍ବାହୀ ଅଧିକାରୀମାନେ ୪ ଦଫା ଦାବି ପୂରଣ ନେଇ କଳାବ୍ୟାଚ ପିନ୍ଧିଥିବା ନଜର କରାଯାଇଥିଲା।ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଚାକିରୀ ସର୍ତାବଳୀଓ ନିଯୁକ୍ତି ନିୟମ ପ୍ରକାଶନ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ସ୍ୱାତକ କରିବା, ଶତ ପ୍ରତିଶତ ପିଏ /ଜିପିଇଓରେ ପଦୋନ୍ନତି ଦେବା ଓ ପଦୋନ୍ନତି ପାଇଥିବା ସଂପାଦକମାନଙ୍କର ପେନସନ ଲାଗୁ କରିବା ଦାବିରେ ଗତବର୍ଷ ୨୦ ଦିନ ଆନ୍ଦୋଳନ କରିଥିଲେ ଓ ରାଜ୍ୟ ସରକାର ଦାବି ସମାଧାନ କରିବେ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିଲା କିନ୍ତୁ ରାଜ୍ୟ ସରକାର ପ୍ରତିଶୃତି ପାଳନ କରି ନ ଥିବା ରାଜ୍ୟ ସଭାପତି ସୁରେଶ ହୋତା ପ୍ରକାଶ କରିଥିଲେ।ତେଣୁ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରୁଥିବା ଶ୍ରୀ ହୋତା ସୂଚନା ଦେଇଥିଲେ।ଏଥିରେ ଯଦି ରାଜ୍ୟ ସରକାର ଦାବି ପୂରଣ ନ କରନ୍ତି ତେବେ ସଂଘ କର୍ମକର୍ତାମାନଙ୍କ ବୈଠକ ବସି ଆଗାମୀ କାର୍ଯପନ୍ଥା ନିରଦ୍ଧାରଣ କରାଯାଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.