Home ଜିଲ୍ଲା ପରିକ୍ରମା ଦାବିପୂରଣ ପାଇଁ ଆଶାକର୍ମୀଙ୍କ ଜେଲ୍‌ଭରୋ ଆନ୍ଦୋଳନ

ଦାବିପୂରଣ ପାଇଁ ଆଶାକର୍ମୀଙ୍କ ଜେଲ୍‌ଭରୋ ଆନ୍ଦୋଳନ

86
??????

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ନଭେମ୍ବର ୨୯ ତରିଖରୁ ଦୀର୍ଘ ୧୪ ଦିନ ହେବ ଭୁବନେଶ୍ୱର ଲୟର ପି.ଏମ୍‌. ଜି. ଠାରେ ସାତ ଦଫା ଦାବି ନେଇ ଧାରଣାରେ ବସିଥିବାବେଳେ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି କୌଣସି ସମାଧାନ ଜନିତ ପଦକ୍ଷେପ ନନେଇଥିବାରୁ ବାଧ୍ୟହୋଇ ସଂଘ ତରଫରୁ ଆନ୍ଦୋଳନକୁ ତିବ୍ର କରିବା ପାଇଁ ଆଜି ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜେଲ୍‌ଭୋର ଆନ୍ଦୋଳନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ତରଫରୁ ବହୁ ସଂଖ୍ୟାରେ ଆଶକର୍ମୀ ବାଲ୍ ଗୋପାଲ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମାକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ କୁମାର ବସନ୍ତରାୟ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଯଦି ତୁରନ୍ତ ଆଶାକର୍ମୀ ମାନଙ୍କର ଦାବି ପୂରଣ ନ କରାଯାଏ ତେବେ ସଂଘ ତରଫରୁ ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ ସହ ପ୍ରଭାରୀ ମୁକ୍ତିକାନ୍ତ ସାହୁ। ଜିଲ୍ଲା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ରାଉତ, ସଂଜୁଲତା ରାଉତ, ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ପରେଶ ନାଥ ଧଳ ନିଜର ବକ୍ତବ୍ୟ ରଖିଥିଲେ। ପରେ ପୋଲିସ୍ ପ୍ରଶାସନ ପହଞ୍ଚି ବହୁ ସଂଖ୍ୟାରେ ଆଶାକର୍ମୀଙ୍କୁ ବିରୋଧକରି ନେଇଯାଇ ଆପସ୍ ବୁଝାମଣାରେ ଛଡ଼ାଯାଇଥିଲା। ଏହି କାର୍ଯ୍ୟକ୍ରମରେ କନକ ସୂତାର, ସୁଲଚନା ରଣା, ତିଳୋତ୍ତମା ସାହୁ, ଯାନକୀ ରାଉତ, ମଂଜୁଲତା ସାହୁ, ଅଦିତି ବେହେରା, କନକଲତା ବିଶ୍ୱାଳ, ରଂଜୁଲତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.