Home ଓଡ଼ିଶା ଦାଦା ବଟି ମାଗିବାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ

ଦାଦା ବଟି ମାଗିବାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ

117

ପୁରୀ ୬-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -୧୮ ନଳା ନିକଟସ୍ଥ ନୀଳଚକ୍ର ନଗର ନିହାର ପଟ୍ଟନାୟକ ଘର ତିଆରି ଚାଲିଥିବା ବେଳେ, ଘର ନିର୍ମାଣ ତଦାରଖ କରୁଥିବା ରାଣା ରଞ୍ଜିତ୍ ଦାସଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେତେକ ଅସାମାଜିକ ବ୍ୟକ୍ତି ରାଣା ରଞ୍ଜିତ୍ ଦାସଙ୍କୁ ଦାଦା ବଟି ମାଗିଥିଲେ। ଦାଦା ବଟି ନଦେଲେ ଏଠାରେ ଘର ତିଆରି କରିପାରିବ ନାହିଁ ବୋଲି ଧମକ ଦେବା ସହ ତାଙ୍କ ଉପରକୁ ଢେଲା ପଥର ମାଡ କରିବା ସହ, ବାଉଁଶରେ ତାଙ୍କୁ ଆଘାତ କରିଥିଲେ। ରାଣା ରଞ୍ଜିତ୍ ଦାସ କ୍ଷତ ବିକ୍ଷତ ହୋଇ ଡାକ୍ତରଖାନାକୁ ଯାଇ ଚିକିତ୍ସା କରିଥିଲେ। ଏସମ୍ପର୍କରେ ରାଣା ରଞ୍ଜିତ୍ ଦାସ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସଦର ଥାନା ଆଇଆଇସି ଘଟଣାର ଅନୁସନ୍ଧାନ କରି ସଂମ୍ପୃକ୍ତ ଅସାମାଜିକ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.