ବଲାଙ୍ଗୀର ୨୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଯେଉଁ ଅଞ୍ଚଳ ଗୁଡ଼ିକରେ ମରୁଡି ଅବା ବନ୍ୟା ପଡିଛି ସେହି ଅଞ୍ଚଳରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଦୁର୍ଭିକ୍ଷ କୋଡ ଲାଗୁ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦୦୩ ମସିହାରୁ ଏହି ନିୟମ ରହିଆସିଥିବା ବେଳେ ଓଡ଼ିଶାରେ କ୍ରମାଗତ ଭାବେ ମରୁଡି ଓ ବନ୍ୟା ପରିସ୍ଥିତି ଲାଗିରହିଛି। କିନ୍ତୁ ଏ ଯୋଜନା କାର୍ଯ୍ୟକାରୀ ହୋଇନି। ଫଳ ସ୍ୱରୂପ ଦାଦନ ସମସ୍ୟା ଏକ ଚିନ୍ତାର ବିଷୟରେ ପରିଣତ ହୋଇଥିବା ବେଳେ ଏହାର ନିରାକରଣ ପାଇଁ ଯୋଜନା ଗୁଡିକ ଆଖି ଦୃଶିଆ କାର୍ଯ୍ୟକାରୀ ହୋଇପାରୁନାହିଁ। ସମ୍ବିଧାନର ଧାରା ୨୧ ଓ ଧର ୪୭ ଅନୁଯାୟୀ ଏହି ନିୟମ ଲାଗୁ ହୋଇପାରୁ ନାହିଁ। ରାଜ୍ୟ ଓ ଏହି ପଶ୍ଚିମ ଓଡ଼ିଶାରୁ ଅନେକ ସଂଖ୍ୟାରେ ନିୟମିତ ଦାଦନ ସପରିବାର ଖଟିଯିବାକୁ ବାଧ୍ୟ ହେଉଥିବା ବେଳେ ଶିକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ଅଧିକାରରୁ ଶିଶୁମାନେ ବଞ୍ଚିତ ହେଉଛନ୍ତି। ବର୍ଷ, ବର୍ଷ ଶୋଷିତ, ନିର୍ଯ୍ୟାତିତ ହୋଇ ଫେରିବା ଓ ନିଜର ଆର୍ଥିକ ସ୍ଥିତି ରେ କୌଣସି ପରିବର୍ତ୍ତନ ନ ହେବା ସାର ହେଉଛି। ସମ୍ବିଧାନର ଧାରା ୨୧ ଅନୁସାରେ ଦେଶର ଥିବା ପ୍ରତ୍ୟେକ ବ୍ୟକ୍ତି ର ବଞ୍ଚିବାର ଓ ସ୍ୱାଧୀନତା ର ଅଧିକାର କୁ ମୌଳିକ ଅଧିକାର ଭୁକ୍ତ କରାଯାଇଛି। ସୁପ୍ରିମକୋର୍ଟ ର ଏହି ରାୟ ଅନୁସାରେ ବଞ୍ଚିବା ର ଅର୍ଥ କେବଳ ପଶୁଭଳି ବରଂ ମାନବିକ ସମ୍ମାନ ସହ ବଞ୍ଚିବା ଏବଂ ଏଥିପାଇଁ ଯେଉଁ ମୌଳିକ ଆବଶ୍ୟକତା ଅଛି, ତାହାର ପୂରଣ ସହ ବଞ୍ଚିବା ବୁଝାଏ। ଧାରା ୪୭ ଅନୁସାରେ ନାଗରିକ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ରାଜ୍ୟ ମାନଙ୍କ ପ୍ରାଥମିକ କର୍ତ୍ତବ୍ୟ। ହେଲେ ଏହି ଦୁର୍ଭିକ୍ଷ କୋର୍ଡ଼ ଅନୁସାରେ ଯେଉଁ ସବୁ ସୁବିଧା, ସୁଯୋଗ ସବୁ ପ୍ରଣୟନ କରାଯିବା ଉଚିତ ତାହା ମିଳିପାରିନାହିଁ। ଏହି ଦୁର୍ଭିକ୍ଷ କୋର୍ଡ ର ନାମ ପରବର୍ତ୍ତୀ କାଳରେ ବଦଳେଇ ଓଡ଼ିଶା ରିଲିଫ କୋର୍ଡ ନାମରେ ନାମିତ କରାଗଲା। ଏ ମାଧ୍ୟମ ରେ ଉନ୍ନତ କୃଷି, ଜଳସେଚନ ସୁବିଧା, ଦ୍ରୁତ ଯୋଗାଯୋଗ ଓ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ କୁହାଗଲା। ମରୁଡି ଦାଉରୁ ରକ୍ଷା ପାଇବା ଲାଗି ଲକ୍ଷ, ଲକ୍ଷ ଲୋକ ପରିବାର ସହ ଅନ୍ୟ ରାଜ୍ୟ ରେ ଦାଦନ ଶ୍ରମିକ ହୋଇ ଦେଶାନ୍ତର ହୁଅନ୍ତି ୭/୮ ମାସ କାଳ। ଖାଦ୍ୟ ପାଇଁ କାମ ଯୋଜନା ରେ ସରକାରୀ ହିସାବରେ ୧୦୦ ଦିନ ର ଶ୍ରମ ଦିବସ ସୃଷ୍ଟି ସାଧାରଣ ରେ ଖଣ୍ଡନ କରାଯାଉଛି। ଲୋକଙ୍କୁ କାମଧନ୍ଦା କେମିତି ମିଳିବ ସେମାନ ଙ୍କୁ ଉପାର୍ଜନ କ୍ଷମ କରିବା ଏହି କୋର୍ଡ଼ ଗୁଡିକ ର ମୁଲଲକ୍ଷ ହେବା ଆବଶ୍ୟକ।