Home ଜିଲ୍ଲା ପରିକ୍ରମା ଦାଦନ ଇଟାଭାଟି ଶ୍ରମିକଙ୍କ ଦୟନୀୟ ଜୀବନ; ପ୍ରଶାସନ ନୀରବଦ୍ରଷ୍ଟା

ଦାଦନ ଇଟାଭାଟି ଶ୍ରମିକଙ୍କ ଦୟନୀୟ ଜୀବନ; ପ୍ରଶାସନ ନୀରବଦ୍ରଷ୍ଟା

49

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନେରଡା ଓ ତେସିଙ୍ଗା ପଞ୍ଚାୟତ ଅଞ୍ଚଳର ବୈତରଣୀ ନଦୀ କୂଳରେ ପ୍ରାୟ ଆଠଶହ ଇଟାଭାଟି ଶ୍ରମିକ ଦାଦନ ଖଟିବାକୁ ଆସି ଦୟନୀୟ ଭାବେ ଜୀବନଯାପନ କରୁଥିôବା ଜଣାଯାଇଛି । ଯଶୋଟିକିରି, ନେରଡା, ବଡବନସ୍ତା, ସାନବନସ୍ତା, ଝୁଟୁଣା ଆଦି ଗ୍ରାମକୁ ଲମ୍ବିଥିବା ପ୍ରାୟ ଦଶ କିଲୋମିଟର ବୈତରଣୀ ନଦୀ ପଠାରେ ଚାଲିଥିବା ବେଆଇନ ଇଟା ଶିଳ୍ପାଞ୍ଚଳରେ ନିୟୋଜିତ ଶହ ଶହ ଦାଦନ ଶ୍ରମିକ ଶୋଷଣ ଦୁର୍ଦ୍ଦଶାରେ ଘାରି ହେଉଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇଛି । ସରକାରୀ ଭାବେ ଉପରଭାଟି ଇଟାକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଥିରୁ ମିଳୁଥିବା ଲାଭ ଚୋରା ଇଟାଭାଟି ନିର୍ମାଣକାରୀଙ୍କୁ ରୋକି ପାରୁ ନଥିବା ଦେଖିବାକୁ ମଳିଛି । ଏହି ଅଞ୍ଚଳରେ ନୂଆପଡା, ବଲାଙ୍ଗୀର, କେଉଁଝର ଜିଲ୍ଲା ସମେତ ଛତିଶଗଡ ଅଞ୍ଚଳରୁ ପ୍ରାୟ ଦେଢ଼ଶହ ଦମ୍ପତ୍ତି ଓ ଶହେ ଶିଶୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଇଟାଗଢ଼ା କାର୍ଯ୍ୟ କରୁଥିବା ଜଣାଯାଇଛି । ପ୍ରତିବର୍ଷ ଅକ୍ଟୋବର ମାସରୁ ଦାଦନ ଶ୍ରମିକମାନେ ଦଲାଲଙ୍କ ଜରିଆରେ ଆସି ଅପ୍ରେଲ ମଧ୍ୟ ଭାଗ ପର୍ଯ୍ୟନ୍ତ ପ୍ରାୟ ଛଅ ମାସ ଇଟାକାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ମାଟିଚକଟି ଇଟା ପ୍ରସ୍ତୁତ କରି ଶୁଖିବା ପରେ ହସ୍ତାନ୍ତର କରି ହଜାର ପ୍ରତି ମାତ୍ର ୫୦୦ରୁ ୬୦୦ ଟଙ୍କା ମଜୁରୀ ପାଉଛନ୍ତି । ଦଲାଲ ପ୍ରତିି ହଜାର ଟଙ୍କାରୁ ୨୦୦ରୁ ୩୦୦ଟଙ୍କା କମିଶନ ନେଉଥିବା ଜଣାଯାଇଛି । ଭାଟି ଖଞ୍ଜା ପାଇଁ ସ୍ୱଳ୍ପ ମଜୁରୀ ମଧ୍ୟ ଦାଦନମାନେ ପାଇଥାନ୍ତି । ହେଲେ ଭାଟି ଖଞ୍ଜା କାର୍ଯ୍ୟରେ ଦାଦନ ଦମ୍ପତ୍ତିଙ୍କ ଶହ ଶିଶୁମାନେ ଇଟା ପଢ଼ାଣ ପାଖରୁ ଭାଟି ପାଖକୁ ପରିବହନ କରୁଥିôବା ଜଣାଯାଇଛି । ଏପରିକି କାଁ ଭାଁ କେତେବେଳେ ବର୍ଷା ହେଲେ ଶିଶୁମାନେ ମଧ୍ୟ ଇଟା ବୋହିବା କାର୍ଯ୍ୟ କରିବା ଜଣାଶୁଣା କଥା । ହେଲେ ଏହି ଶିଶୁମାନଙ୍କୁ ସର୍ବନିମ୍ନ ସୁବିଧା ଓ ସୁଯୋଗ ମିଳେ ନାହିଁ । ଦାଦନ ଦମ୍ପତ୍ତି କଞ୍ଚା ଇଟାକୁ ଅତି ନିମ୍ନ ଉଚ୍ଚତାରେ ଜାଲିମାରି ଦୟନୀୟ ଭାବେ ପିଲାମାନଙ୍କ ସହ ବସବାସ କରୁଥିବା ଜଣାଯାଇଛି । ରାଷ୍ଟ୍ରର ଭବିଷ୍ୟତ ବୋଲି କୁହାଯାଉଥିôବା ଏହି ଦାଦନ ଶିଶୁମାନଙ୍କର ନା ଅଛି କୌଣସି ଶିକ୍ଷା ନା ଅନ୍ୟାନ୍ୟ ସରକାରୀ ସୁବିଧା । ଚଳିତ ବର୍ଷ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ପଚାଶ ପିଲାଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ଟୀକାକରଣ କରାଯାଇଛି । ବହୁ ସମୟରେ ଦାଦନଙ୍କ ଅର୍ଥ ଦଲାଲମାନେ ହଡପ କରୁଥିବା ଅଭିଯୋଗ ହେଉଛି ।

ଦୂରରୁ ଆସିଥିôବା ଓ ଭୟରେ ଅଭିଯୋଗ ପଦାକୁ ଆସୁନଥିବା ବେଳେ ୨୦୧୮ ମାର୍ଚ୍ଚ ୧୪ ତାରିଖରେ ନେରଡା ଗ୍ରାମର ଇଟାଭାଟି ମାଲିକ ପ୍ରଫୁଲ୍ଲ ଜେନା(କାଠିଆ), ନୂଆପଡ଼ା ଜିଲ୍ଳାର ବେଲଟୁକୁରୀ ଥାନା ଅନ୍ତର୍ଗତ ମୋହନ କୋସରିଆ ଓ ନାରାୟଣ କୋସରିଆ ନାମରେ ମାମଲା ଋଜୁ ହୋଇଥିଲା । ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ଛତିଶଗଡ଼ ମହାସମ୍ବୁଦ ଜିଲ୍ଲା ପେଟୱା ଥାନା ଅନ୍ତର୍ଗତ ପାଣ୍ଡୁଇପାଣି ଗ୍ରାମର ରେବତୀ ପଟିଙ୍କ ଅଭିଯୋଗ କ୍ରମେ ପୁଲିସ ୨୬/୧୮ ନଂରେ ମାମଲା ଋଜୁ କରିଥିଲା । ଶ୍ରମିକମାନେ ଏକଲକ୍ଷ ପନ୍ଦର ହଜାର ପାରିଶ୍ରମିକ ପାଉଣା ବାକି ଥିବା ଅଭିଯୋଗ କରି ଥିଲେ । କ୍ରମାଗତ ଭାବେ ଶୋଷଣର ଶିକାର ହେଉଥିôବା ଦାଦନ ଶ୍ରମିକଙ୍କ ମଧ୍ୟରୁ ଗତ ୨୦୧୫ ମସିହା ଜାନୁୟାରୀ ୨୧ ତାରିଖ ରାତ୍ରରେ ନୂଆପଡା ଜିଲ୍ଲା ନୂଆପଡା ଥାନା ଅନ୍ତର୍ଗତ ସିଲ୍‌ଦା ଗ୍ରାମର ଶାନ୍ତାରାମର ପୁତ୍ର ଦୁଲାର ସିଂ ମାଝୀ(୩୦)ଙ୍କୁ ହତ୍ୟାକରାଯାଇଥିôôôôôôଲା । ପୁନଶ୍ଚ ୨୦୧୬ ମସିହା ଜାନୁୟାରୀ ୨୩ ତାରିଖ ରାତ୍ରରେ ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗ୍ରାମ ଓ ଥାନାର ୰କ୍ଷମା ରାଉତର ପୁଅ ବିଷ୍ଣୁ ରାଉତ(୨୪) ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଦାଦନଙ୍କ ଏଭଳି ସ୍ଥିତି ସମ୍ପର୍କରେ କୌଣସି ସୂଚା ତାଙ୍କ ପାଖରେ ନଥିବା କଥା ଜିଲ୍ଲା ଶ୍ରମ ଅଧିକାରୀ କୁବେର ବେହେରା ପ୍ରକାଶ କରିଥିବା ବେଲେ ଶିଶୁଶ୍ରମିକ ସମ୍ପର୍କରେ କିଛଇ ଜାଣିନଥିବା ପ୍ରକାଶ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କେତନ ସାହୁ । ଅନ୍ୟପକ୍ଷରେ କର୍ମଚାରୀ ଅଭାବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନଥିବା ନେଇ ତହସିଲ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.