Home ଜିଲ୍ଲା ପରିକ୍ରମା ଦହପାଣିଆ ହାଇସ୍କୁଲରେ ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ, କ୍ରୀଡା ପିଲାମାନଙ୍କ ଶାରୀରିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ

ଦହପାଣିଆ ହାଇସ୍କୁଲରେ ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ, କ୍ରୀଡା ପିଲାମାନଙ୍କ ଶାରୀରିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ

7

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରୋ ପଂଚାୟତ ଅଧୀନ ଦହପାଣିଆ ସରକାରୀ ହାଇସ୍କୁଲରେ ବୁଧବାର ଜିଲାସ୍ତରୀୟ ଏକ ଦିବସୀୟ କ୍ରୀଡ଼ା ମହୋତ୍ସବ ଉଦଯାପନୀ ହୋଇଯାଇଛି। ଏହିଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ଡ଼. କାଳିପଦ ଦାସଙ୍କ ପୌରହିତ୍ୟରେ ଏକସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ଦନେଇ ଚରଣ ଟୁଡୁ,ମୁଖ୍ୟବକ୍ତା ଭାବେ ବିଡ଼ିଓ ନିରଞ୍ଜନ ବାରିକ ଯୋଗଦେଇ କ୍ରୀଡା ପିଲାମାନଙ୍କ ଶାରୀରିକ ଅବିବୃଦ୍ଧିରେ ସହାୟକ ହଉଥାଏ ବୋଲି କହିଥିଲେ।ସମ୍ନାନିତ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ, ସରପଂଚ ଭାରତୀ ମଳିକ ଯୋଗଦେଇ ପିଲାମାନେ ଶିକ୍ଷା ସହିତ ଖେଳ କୁଦା କରିବା ଆବଶ୍ୟକ ବୋଲି କହିଥିଲେ।ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲାସ୍ତରୀୟ ପ୍ରତିଯୋଗିତାକୁ ସକାଳେ ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଟୁଡୁ ଉଦଘାଟନ କରିଥିଲେ । ଜିଲାର ବିଭିନ୍ନ ବ୍ଲକରୁ ୯ଟି ହାଇସ୍କୁଲରୁ ଶହେରୁ ଅଧିକ ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧରେ ୧ଶହ, ୨ଶହ ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ମ୍ୟୁଜିକ ଚେୟାର, ଧୀର ସାଇକେଲ ଚାଳନା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ତନ୍ମୟ କୁମାର ବେହେରା, ପ୍ରଭାତ କୁମାର ଜେନା, କମଳାକାନ୍ତ ସାହୁ, ସୁରଜିତ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ପ୍ରଧାନଶିକ୍ଷକ ଡ଼ .ଦାସଙ୍କ ପୌରହିତ୍ୟରେ ବରେଣ୍ୟ ଅତିଥି ଭାବେ ବ୍ଲକ ମଙ୍ଗଳ ଅଧିକାରୀ ସୌମ୍ୟା ସୁଚରିତା ମହାନ୍ତି, ଚାନ୍ଦବାଲି ବ୍ଲକ ମଙ୍ଗଳ ଅଧିକାରୀ ଧନେଶ୍ୱର ନାୟକ, ଧାମନଗର ମନ୍ତ୍ରୀଙ୍କ ପ୍ରତିନିଧି ରମାକାନ୍ତ ମଳିକ, ପରିଚାଳନା କମିଟି ଅଧ୍ୟକ୍ଷ ସୋମନାଥ ମଳିକ, ବାସୁଳୀ କମିଟି ସଭାପତି ପଦ୍ମଲୋଚନ ମଳିକ, ସିଆରସିସି ଶନିଶ୍ଚର ମହାଳିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଶୁକ ଲାଲ ମାରାଣ୍ଡି,ସଞ୍ଜୟ ପତି, ଲଷ୍ମୀଧର ବେହେରା,ଉମାକାନ୍ତ ସିଂ, ପଂଚାନନ ଖିଲାର, ସରୋଜ କୁମାର ସାହୁ,ଶ୍ୟାମ ସୁନ୍ଦର ଦାସ,ଏ ଭାନୁମତି ପ୍ରମୁଖ କ୍ରୀଡା ଉତ୍ସବରେ ଉପସ୍ଥିତ ଥିଲେ। ସ୍କୁଲର ଶଶିକାନ୍ତ ପଣ୍ଡା, ଅଜିତ ପରମାଣିକ, ବସନ୍ତ କୁମାର ଗାଗରାଇ, ମନୋରଞ୍ଜନ ମହାରଣା, ଯୁବରାଜ ମାଝୀ, ଦେବୀଦତା ଦାସ, କ୍ଷୀରାବ୍ଧି ମାଝୀ, ତୃପ୍ତିମୟୀ ବେହେରା, ସସ୍ମିତା ସାହୁ, ଶାନ୍ତିଲତା ସାମଲ,ସ୍ମୃତି ଶେଖର ଆରଣ ପ୍ରମୁଖ ଶିକ୍ଷକ ,ଶିକ୍ଷୟତ୍ରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.