Home ଜିଲ୍ଲା ପରିକ୍ରମା ଦଶାହ କାମକୁ ଯିବା ବାଟରେ ସଡକ ଦୁର୍ଘଟଣାରେ ୩ ମୃତ

ଦଶାହ କାମକୁ ଯିବା ବାଟରେ ସଡକ ଦୁର୍ଘଟଣାରେ ୩ ମୃତ

22

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ୍ କଲେଜ ଆଗରେ ଆଜି ଅପରାହ୍ନ ୧୨ ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌ରେ ଯାଉଥିବା ୩ ଜଣ ଆରୋହୀଙ୍କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇ ଚାଲିଗଲା । ଘଟଣାସ୍ଥଳରେ ତିନିଜଣଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ତିହିଡି ଭାଟପଡା ଗ୍ରାମର ତିନିଜଣ ଯୁବକ ଜିତୁ ପ୍ରଧାନ, ବାପି ପ୍ରଧାନ ଓ ସଂକୁର ପ୍ରଧାନ ଏକ ଦଶାହ କାମରେ ଯୋଗଦେବା ପାଇଁ ଏକ ବାଇକ୍ ଓଡି-୨୨ୱାଇ-୦୪୫୧ ଯୋଗେ ସୋର ଯାଉଥିବାବେଳେ ୧୬ ନଂ ଜାତୀୟ ରାଜପଥର ରାଣୀତାଲ ହାଇଟେକ୍ କଲେଜ ପାଖରେ ପଛରୁ ଏକ ଟ୍ରକ୍ ଧକ୍କା ଦେଇ ପଳାଇ ଯାଇଥିଲା । ବର୍ଷା ହେଉଥିବା ଯୋଗୁଁ ସେଠି କେହିନଥିବାର ସୁଯୋଗରେ ଟ୍ରକ୍‌ଟି ପଳାଇ ଯାଇଥିବାବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ୍ ପହଞ୍ôଚ ମୃତକ ୩ ଜଣଙ୍କୁ ପଞ୍ଚନାମା ପାଇ ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.