Home Top News ଦଶହରା ପାଇଁ ଅକ୍ଟୋବର ୧୦ରୁ ୨୦ ଯାଏଁ ସ୍କୁଲ ଛୁଟି

ଦଶହରା ପାଇଁ ଅକ୍ଟୋବର ୧୦ରୁ ୨୦ ଯାଏଁ ସ୍କୁଲ ଛୁଟି

63

ଭୁବନେଶ୍ୱର : ୦୮ ଅକ୍ଟୋବର (ଓଡ଼ିଆ ପୁଅ) ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ନବମ, ଦଶମ ଓ ଦ୍ଵାଦଶ ଶ୍ରେଣୀ ଅକ୍ଟୋବର ୨୧ ତାରିଖରୁ ପୁନର୍ବାର ପୂର୍ବ ନିର୍ଦ୍ଧାରିତ ସମୟସାରଣୀ ଏବଂ କୋଭିଡ୍ ୧୯ ମହାମାରୀ ପାଇଁ ଅନୁସୃତ କଟକଣା ଅନୁପାଳନପୂର୍ବକ ଖୋଲିବ। ଏହି ମର୍ମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜଣାଇ ଦେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.