Home ଜିଲ୍ଲା ପରିକ୍ରମା ଦଶମ ଶ୍ରେଣୀ ପ୍ରଥମ ସମେଟିଭ ଫର୍ମଫିଲପ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅନ୍ୟାୟ ଭାବେ ୪୨୦ ଟଙ୍କା...

ଦଶମ ଶ୍ରେଣୀ ପ୍ରଥମ ସମେଟିଭ ଫର୍ମଫିଲପ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅନ୍ୟାୟ ଭାବେ ୪୨୦ ଟଙ୍କା ଆଦାୟ ପ୍ରତିବାଦରେ ଏଆଇଡିଏସଓ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

37

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦଶମ ଶ୍ରେଣୀ ପ୍ରଥମ ସମେଟିଭ ଫର୍ମଫିଲପ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅନ୍ୟାୟ ଭାବେ ୪୨୦ ଟଙ୍କା ଆଦାୟ କରିବା ନିଷ୍ପତ୍ତି ପ୍ରତିବାଦରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଏଆଇଡିଏସଓ ପକ୍ଷରୁ ପ୍ରଦାନ କରାଯାଇଛି। ଛାତ୍ର ନେତା ଦେବାଶିଷ କର ଓ ସମୀର ସେନାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଆଇଡିଏସଓ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଅନେକ ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରନ୍ତି। ଅନ୍ୟଦିଗରେ କରୋନା ମହାମାରୀ ପରେ ରାଜ୍ୟର ଜନସାଧାରଣଙ୍କ ଆର୍ôଥକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଛି। ଲକ୍ଷ ଲକ୍ଷ ଲୋକ ନିଜର କାର୍ଯ୍ୟ ହରାଇଛନ୍ତି। ଏହି ପରିସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କ ପାଠପଢାର ଦାୟିତ୍ୟ ସଂପୂର୍ଣ୍ଣ ସରକାର ନେବା କଥା ମାତ୍ର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ୪୨୦ ଟଙ୍କା ଫିସ ଆଦାୟ ନିଷ୍ପତ୍ତି ହୋଇଛି। ଯାହାକି ଦୁଇଟି ସମେଟିଭ ବାବଦରେ ଗୋଟିଏ ଛାତ୍ର ପାଇଁ ୮୪୦ ଟଙ୍କା ହେବ। ଯାହା ଫଳରେ ବହୁ ଗରିବ ଘରର ଛାତ୍ର ଛାତ୍ରୀ ଟଙ୍କା ଅଭାବରୁ ଫର୍ମପୂରଣ କରି ନପାରି ପରୀକ୍ଷା ଦେବାରୁ ବଂଚିତ ହେବେ। ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଖରୁ ୪ ଥର ଫିସ ଆଦାୟ କରାଯିବ। ଏହିଭଳି ଫିସ୍ ଆଗରୁ ଆଦାୟ କରାଯାଉ ନଥିଲା। ଚଳିତ ବର୍ଷରୁ ଏହିଭଳି ଫିସ୍ ଆଦାୟ କରିବା ଅତ୍ୟନ୍ତ ଅନ୍ୟାୟ। ଏଣୁ ତୁରନ୍ତ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ଆଦାୟ କରିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ଛାତ୍ର ଛାତ୍ରୀମାନଙ୍କର ମାଗଣାରେ ଫର୍ମ ପୂରଣ କରାଇବା ଓ ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମରେ ୪ ଥର ଫର୍ମପୂରଣ ଆଦାୟ ବନ୍ଦ କରିବାକୁ ଏଆଇଡିଏସଓ ପକ୍ଷରୁ ଦାବି କରାଯାଇଛି ଅନ୍ୟଥା ଆଗାମୀ ଦିନରେ ଦୁର୍ବାର ଛାତ୍ର-ଅଭିଭାବକଙ୍କ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.