Home ଜିଲ୍ଲା ପରିକ୍ରମା ଉଦ୍‌ଯାପିତ ହେଲା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ସମାରୋହ, ଲକ୍ଷ୍ୟ ଦୃଢ ହେଲେ ସଫଳତା ନିଶ୍ଚିତ...

ଉଦ୍‌ଯାପିତ ହେଲା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ସମାରୋହ, ଲକ୍ଷ୍ୟ ଦୃଢ ହେଲେ ସଫଳତା ନିଶ୍ଚିତ ସମ୍ଭବ

69

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ଉଦ୍‌ଘାଟିତ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୮ମ ପ୍ରତିଷ୍ଠା ଜୋନ୍ ସ୍ତରୀୟ ସମାରୋହ ଆଜି ଉଦ୍‌ଯାପିତ ହୋଇ ଯାଇଛି। ଉଦ୍‌ଯାପନୀ ସମାରୋହରେ ଭଦ୍ରକ ଜିଲ୍ଳାପାଳ ଡଃ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଧ୍ୟକ୍ଷତା କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ଭଦ୍ରକରେ ଜୋନ୍ ସ୍ତରୀୟ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅତ୍ୟନ୍ତ ଖୁସିର ବିଷୟ। ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉନ୍ନତ ମାନର ଶିକ୍ଷା ପ୍ରଦାନ ଦିଗରେ କରୁଥିବା ପ୍ରୟାସ ଅତ୍ୟନ୍ତ ପ୍ରଶସଂନୀୟ। ଏହା ଦ୍ୱାରା ବଡ ସହରକୁ ଯାଇ ଉନ୍ନତମାନର ଶିକ୍ଷା ପାଇ ପାରୁ ନଥିବା ଗରୀବ ମେଧାବୀ ଛାତ୍ରଛାତ୍ରୀମାନେ ସହର ଭଳି ଶିକ୍ଷା ଗ୍ରାମାଞ୍ଚଳରେ ପାଇ ପାରିବେ। ଛାତ୍ରଛାତ୍ରୀମାନେ ନିଜ ଚଲାପଥରେ ଲକ୍ଷକୁ ଦୃଢ କଲେ ସଫଳତା ନିଶ୍ଚିତ ସମ୍ଭବ ହୋଇ ପାରିବ ବୋଲି କହିଥିଲେ। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବନଲତା ସାହୁ ଯୋଗ ଦେଇଥିଲେ। ଜିଲ୍ଳା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ଆଭିମୁଖ୍ୟ ପ୍ରକାଶ କରିଥିଲେ।

ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ଦୀପକ କୁମାର ପାଢୀ ଓ ପ୍ରଣୟ କୁମାର ନାୟକ ପରିଚାଳନା କରିଥିବା ବେଳେ ଶିକ୍ଷକ ନେତା ଅକ୍ଷୟ ହୋତା, ପ୍ରଦିପ୍ତ କୁମାର ଦାସ, ଚାରୁଲତା ମହାପାତ୍ର, ମନୋଜ ସାହୁ, ବୈକୁଣ୍ଠ ବିଶ୍ୱାଳ, ରଞ୍ଜନ କୁମାର ବେହେରା, ଶରତ କୁାମର ଦାସ, ବିଜୟ କୁମାର ଜେନା, ଗଙ୍ଗାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ କାଦମ୍ବରୀ କରଶର୍ମା ଏବଂ ଅଶୋକ କୁମାର ମଲ୍ଲିକ ମଞ୍ଚ ସଂଚାଳନ କରିଥିବା ବେଳେ ବନ୍ତ ନୋଡାଲ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ୮ ବାଳକ ୨୫ ବାଳିକା, ଭଦ୍ରକରୁ ୪ ବାଳକ ୨୮ ବାଳିକା, ଢେଙ୍କାନାଳରୁ ୫ ବାଳକ ୩୩ ବାଳିକା, ଯାଜପୁରରୁ ୨ ବାଳକ ୩୪ ବାଳିକା, କେନ୍ଦୁଝରରୁ ୧ ବାଳକ ୩୮ ବାଳିକା, ମୟୁରଭଞ୍ଜରୁ ୭ ବାଳକ ୩୧ ବାଳିକା ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.