Home ଜିଲ୍ଲା ପରିକ୍ରମା ଦଶପଲା ବିଡିଓଙ୍କୁ ଆକ୍ରମଣ କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ଓଡ଼ିଶା ପ୍ରଶାସନିକ ସେବା ସଂଘ...

ଦଶପଲା ବିଡିଓଙ୍କୁ ଆକ୍ରମଣ କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ନୟାଗଡ଼ ଶାଖା ପକ୍ଷରୁ ଆନ୍ଦୋଳନ ଚେତାବନୀ

80

ନୟାଗଡ଼, ୧୬ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଦଶପଲ୍ଲାର ବିଦାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ନୟାଗଡ଼ ଶାଖା ପକ୍ଷରୁ ନିନ୍ଦା କରାଯିବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଅଭିଯୁକ୍ତକୁ ୧୮ ତାରିଖ ଭିତରେ ଗିରଫ କରାନଗଲେ କଳାବ୍ୟାଜ ପରିଧାନ ସହ ୧୯ ତାରିଖ ଠାରୁ କଲମଛାଡ଼ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ଏହି ମାମଲାର ତଦନ୍ତ ପାଇଁ ଜଣେ  ଡିଏସପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ପାଇଁ ସେମାନେ ଦାବି କରିଛନ୍ତି। ଏହି ସଂକ୍ରାନ୍ତରେ ଏକ ଜରୁରୀ ବୈଠକ ଅତିରିକ୍ତ ଜିଲାପାଳ ତଥା ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିଲା। ଉଲ୍ଳେଖଯୋଗ୍ୟ ଗତ ୧୪ ତାରିଖରେ ବିଦାୟୀ ବିଡିଓ ଶ୍ରୀ ମହାନ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.