Home କୋରାପୁଟ ଦଳୀୟ କର୍ମୀ ଓ ନେତାଙ୍କ ସହ ସାଂସଦଙ୍କ ଆଲୋଚନା

ଦଳୀୟ କର୍ମୀ ଓ ନେତାଙ୍କ ସହ ସାଂସଦଙ୍କ ଆଲୋଚନା

225

କୋରାପୁଟ; ତା୧୩-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ) ବାହୁଡା ଯାତ୍ରା ଅବସରରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସପତ୍ନୀକ ଶାବର ଶ୍ରୀକ୍ଷେତ୍ରରେ ଉପସ୍ଥିତ ରହି ରଥ ଟାଣିଥିଲେ । ରଥ ଟଣା ପୂର୍ବରୁ ଶ୍ରୀ ଉଲ୍ଲାକା ରାୟଗଡାରୁ ଆସି ସ୍ୱତନ୍ତ୍ର ସର୍କିଟ୍ ହାଉସରେ ପହଂଚିବା ପରେ ଦଳୀୟ କର୍ମୀ ଓ ନେତା ସ୍ୱାଗତ କରଥିଲେ । ଏହି ଅବସରରେ ସେ କୋରାପୁଟ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବା ସହ ୟୁପିଏ ସରକାର ସମୟରେ କାର୍ଯ୍ୟକାରୀ କରା ଯାଇଥିବା ପ୍ରକଳ୍ପ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ରେଳସେବା ସମ୍ପର୍କରେ ଆଲୋଚନା କରିଥିଲେ । କୋରାପୁଟ ଜିଲା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ସେ ସାଂସଦରେ ଦୃଢ ପ୍ରତିବାଦ କରିବା ସହ କୋରାପୁଟ-ରାୟଗଡା ରେଳ ଲାଇନର ଦୋହରିକରଣ,ଥେରୁବାଲି-ଗୁଣୁପୁର ଲାଇନର ଉନ୍ନତିକରଣ ପାଇଁ ଅଧିକ ପାଣ୍ଠି ଦେବା ଏବଂ ଜୟପୁର-ଭୂବନେସ୍ୱର ମଧ୍ୟରେ ଦିନବେଳେ ଏକ ଟ୍ରେନ୍ ଚଲାଚଳ ପାଇଁ ସେ ସାଂସଦରେ ଦାବି କରିଥିବା କହିଥିଲେ । କେନ୍ଦ୍ର ସରକାର ଏସବୁ ଦାବି ପ୍ରତି ଗୁରୂତ୍ୱ ନଦେଲେ କଂଗ୍ରେସ ଆସନ୍ତା ଦିନରେ ଆନେ୍ଦାଳନ କରିବ ବୋଲି ସାଂସଦ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ପ୍ରତି ଗାଁକୁ ଗସ୍ତ କରି ଲୋକଙ୍କ ସମସ୍ୟା ଦୂର କରିବାକୁ ସେ ପ୍ରାଥମିକତା ଦେବେବ ବୋଲି ସାଂସଦ କର୍ମୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।ଦଶମନ୍ତପୁର ସଦର ମହକୁମାଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଗମ୍ଭାରୀଗୁଡା ଗ୍ରାମ ଏବେ ବି ରାୟଗଡା ଜିଲ୍ଲାର କାଶିପୂରରେ ବ୍ଲକ ଅଧିନରେ ରହୁଥିବାରୁ ଗ୍ରାମବାସୀମାନେ କୋରାପୁଟ ଜିଲ୍ଲାରେ ରହିବାକୁ ବାରମ୍ବାର ଦାବି କରିଥିଲେ ସୁଦ୍ଧା କାହିଁକି କରାଯାଉନାହିଁ ଓ ଆପଣ କଣ ପଦକ୍ଷେପ ନେବେ ବୋଲି ପଚାରିବାରୁ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରି ସମାଧାନ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପୂର୍ବତନ ବିଧାୟକ ନିମାଇ ସରକାର, ଜିଲା ସାଧାରଣ ସମ୍ପାଦକ କୃଷ୍ନ କୁଳଦିପ,ପିସିସି ସଦସ୍ୟ ଜଗଦିଶ ଖୋସ୍ଲା,ମନୋଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । କୋରାପୁଟରେ କାର୍ଯ୍ୟକ୍ରମ ସାରି ସାଂସଦ ସୁନାବେଡା ଯାଇ ହିନ୍ଦୁସ୍ଥାନ ଏରୋନେଟିକ୍ସ୍ ଲିମିଟେଡ(ହାଲ)ର ଶ୍ରମିକ ସଙ୍ଗଠନ କର୍ମକର୍ତା ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସେ ଦାବି କରିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.