ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ବୟାଂଡ଼ିହ ପଂଚାୟତର ଭଉଁରିଆବାଙ୍କ ଗ୍ରାମର ଜୈନିକା ୧୯ବର୍ଷିୟା ଯୁବତୀକୁ ବିବାହର ପ୍ରତିଶୃତି ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର ହେବା ଘଟଣା ଧୂଷୁରୀ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରମେଶଚନ୍ଦ୍ର ନାୟକଙ୍କ ପୁଅ ସୌମ୍ୟରଂଜନ ନାୟକ ସେହି ଗ୍ରାମର ଜୈନିକା ୧୯ବର୍ଷିୟା ଜଣେ ଦଳିତ ଯୁବତୀଙ୍କୁ ପ୍ରେମ କରିବା ସହିତ ତାଙ୍କୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ ଜୈନିକ ଯୁବତୀ ଉକ୍ତ ଯୁବକକୁ ବିବାହ କରିବା ପାଇଁ କହିବାରୁ ଓଲଟି ତାଙ୍କୁ ଗାଳିଗୁଲଜ କରିଥିଲେ । ନିରୁପାୟ ହୋଇ ପିଡ଼ିତା ଯୁବତୀ ତାଙ୍କ ପରିବାର ଲୋକଙ୍କୁ କହିବାପରେ ଧୂଷୁରୀ ଥାନାରେ ଜୈନିକ ଯୁବତୀ ଯାଇ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ଅଭିଯୋଗ ପାଇଲା ପରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକ ସୌମ୍ୟରଂଜନକ ନାମରେ କେସ ନଂ ୧୮୭/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ତେବେ ଖବର ପାଇ ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଛନ୍ତି ।