Home ଜିଲ୍ଲା ପରିକ୍ରମା ଦଳିତ କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କୁ କେଉଁଝର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି

ଦଳିତ କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କୁ କେଉଁଝର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି

7

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବରିଷ୍ଠ ଦଳିତ ନେତା ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ କମିଟି ପକ୍ଷରୁ କେଉଁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି । ତାଙ୍କ ନିଯୁକ୍ତି କୁ ଭଦ୍ରକ ଜିଲ୍ଲାର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇ ଥିବା ବେଳେ ଦଳିତ ନେତା ଶ୍ରୀଜେନା ଙ୍କ ସମର୍ଥକ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ଏଥି ନେଇ ଶ୍ରୀ ଜେନା ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ,,ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସଭାପତି ମାନସ ରଞ୍ଜନ ମଲ୍ଲିକ ଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ରାଜ୍ୟ ସ୍ତରୀୟ ନେତୃ ମଣ୍ଡଳୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଦଳ ମୋ ଉପରେ ଆସ୍ଥା ପ୍ରକଟ କରି ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ମୁଁ ତାହାକୁ ସୁଚାରୁ ରୂପେ ପାଳନ କରିବି ଏବଂ ଦଳକୁ ଶକ୍ତିଶାଳୀ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.