Home ଜିଲ୍ଲା ପରିକ୍ରମା ଦଳିତ ଅଧିକାର ମଂଚ ପକ୍ଷରୁ ଏନଏସି ଘେରାଉ

ଦଳିତ ଅଧିକାର ମଂଚ ପକ୍ଷରୁ ଏନଏସି ଘେରାଉ

128

ଖଡିଆଳ/ନୂଆପଡା-୨୪.୦୬.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ଖଡିଆଳ ବିଜ୍ଞାପିତ ଅଞ୍ଚଲ ପରିଷଦ ର ୱାର୍ଡ ନଂ ୧ , ୧୧ ଓ ୧୨ ରେ ବସବାସ କରୁଥିବା ସତାଧିକ  ଭୁମିହୀନ ପରିବାର ମାନଙ୍କୁ ଘରଡିହ ଜମି ଯୋଗାଇଦେବା ଉଦେ୍ଦଶ୍ୟରେ ଦଳିତ ଅଧିକାର ମଂଚ ନୁଆପଡା ସଭାପତି କମଳ ଚରଣ ତାଣ୍ଡି ଙ୍କ ନେତୃତ୍ୱରେ ଖଡିଆଳ ସମଲେଶ୍ୱରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହରୀ ବିଜ୍ଞାପିତ ଅଂଚଳ ଖଡିଆଳ କାର୍ଯ୍ୟାଳୟ କୁ ଘେରାଓ କରିଥିଲେ  । କିଛି ଗରିବ ଭୁମିହିନ ମାନେ ସରକାରୀ ସ୍ଥାନରେ କୁଡିଆ କରି ରହିଆସୁଥିବା ବେଲେ ବର୍ତମାନ ମାଧ୍ୟ ଏହି ହିତାଧିକାରୀ ମାନଙ୍କୁ ସରକାର ଙ୍କ ତରଫରୁ ଉକ୍ତ ଜମିର ମାଳିକାନା ପ୍ରଦାନ କରିନଥିବାରୁ ଏହି ଗରିବ ହିତାଧିକାରୀ ମାନେ ସରକାର ଙ୍କ ସବୁ ଯୋଜନାରୁ ବଂଚିତ ହୋଇଛନ୍ତି । ପୁଣି ଖଡିଆଳ ଅଂଚଳରେ ସତ ପ୍ରତିଶତ ଭୁମହିିନ ମାନଙ୍କ ମଧୂରୁ ୯୦ ରୁ ୯୫ ପ୍ରତିଶତ ହିତାଧିକାରୀ ଅନ୍ୟ ଲୋକମାନଙ୍କ ଘରେ ଭଡାରେ କିମ୍ବା ସେହି ପରିବାର ରେ ଶ୍ରମିକ ଭାବରେ କାମ କରି ମାଳିକ ଙ୍କ ବାରିପଟେ କୁଡିଆ ଟିଏ  କରି ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ସରକାର ଙ୍କ ବିଜୁ ପକ୍କାଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଏହି ହିତାଧିକାରୀ ମାନେ ବଂଚିତ ହେଉଛନ୍ତି । ଯଦି ଏହି ଗରିବ ଭୁମିହିନ ହିତାଧିକାରୀ ମାନଙ୍କ ନିଜସ୍ୱ ଘରଡିହ ଥାନ୍ତା ତେବେ ଆବାସ ଗୃହ ମିଲି ପାରନ୍ତା ବୋଲି ଅନେକ ବର୍ଷରୁ ଅଭିଯୋଗ କରିଆସୁଛନ୍ତି । ଅଭିଯୋଗରେ ରହିଯାଉଥିବାରୁ ଓ ହିତାଧିକାରୀ ମାନେ ଯେତେ ଆନେ୍ଦାଳନ କଲେ ମଧ୍ୟ ସୁଫଳ ମିଲୁପାରୁ ନଥିବାରୁ ନୁଆପଡା ଦଳିତ ଅଧିକାର ମଂଚ ସଭାପତି ଶ୍ରୀ ତାଣ୍ଡି ଙ୍କ ନେତୃତ୍ୱରେ ସତାଧିକ ଜମିଡିହ ନଥିବା ହିତାଧିକାରୀ  ଏକ ଶୋଭାଯାତ୍ରାରେ ବାହାରୀ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ପାଖରେ ପହଂଚି ନିଜର ଦାବୀ ଉପସ୍ଥାପନ କରିଥିଲେ । ଏହି ଆନେ୍ଦାଳନରେ ସ୍ୱଚ୍ଛାସେବି ମମତା ମଞ୍ଜରି ଥାପା, ମଙ୍ଗଲୁ ଶବର, ସରିତା ବାଗ, ପୁସ୍ପା କେତକୀ, ଅମ୍ବିକା ପରାଭୋଏ, ଲଲିତ ନାଗ, ମଙ୍ଗଳ ତାଣ୍ଡି , ରାଜୁ ନାଗ, ଗଣେଶ ନାଗ, ମଦନା ଶବର, ସନ୍ତୋଷିନି ବନ୍ଦିଛୋର, ଧୋବେ ଅଦା, ହରେନ୍ଦ୍ର ପଣ୍ଡା, ରତନ ବାଗ, ଡମେନ ଗିଭେଲା, ଗିତାଞ୍ଜଲି ବାଗ, କିଶୋର ଗହିର, ଜୟରାମ  ସହ ୩ ଗୋଟି ୱାର୍ଡ ର ବହୁସଂଖ୍ୟାରେ ଆନେ୍ଦାଳନ ରେ ଯୋଗ ଦେଇଥିଲେ ।  ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ ଙ୍କୁ ଯୋଗାଯୋଗ କରିବାରୁ ୧୮୪ ଗୋଟି ରୁ ୧୧ ଜଣଙ୍କୁ ବାସଗୃହ ପାଇଁ ୱର୍କଅଡର ଦେଇଦେଇଛୁ ବାକିତକ ୨ ମାସ ଭିତରେ ଦିଆଯିବ ବୋଳି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.