Home ଜିଲ୍ଲା ପରିକ୍ରମା ଦଳିତମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦଳିତମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

10

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ମାନବତା ବଂଚାଓ ଅଭିଯାନ, ଓଡ଼ିଶା ରାଜ୍ୟ କିମିଟିର ଆହ୍ୱାନ କ୍ରମେ ଆଜି ଭଦ୍ରକ ସମ୍ବିଧାନ ସୁରକ୍ଷା ମଂଚର ଆବାହକ ଆଇନଜୀବୀ ଅଗଣି ଚରଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଳାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଳାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ବିଶେଷ କରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ବିଭିନ୍ନ ବର୍ଗର ମହିଳାମାନଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାର ପରିପ୍ରେକ୍ଷୀରେ ମାନ୍ୟବର ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଉକ୍ତ ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଛି । ସମଗ୍ର ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ମହିଳାମାନଙ୍କର ସାମାଜିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି । ବିଶେଷ କରି ନିକଟରେ ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଘଟିଯାଇଥିବା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ଘଟଣା ଯୋଗୁଁ ଯେଉଁ ବ୍ୟକ୍ତିମାନେ ଶାରିରୀକ ଓ ମାନସିକ ଯନ୍ତ୍ରଣାରେ ପୀଡ଼ିତ ହେବା ସହ ସେମାନଙ୍କର ସାମାଜିକ ଅଧିକାର କ୍ଷୁର୍ଣ୍ଣ ହୋଇଛି, ସେମାନଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବାକୁ ଦାବି କରିବା ସହ ଡେଙ୍କାନାଳ, ଗଞ୍ଜାମ, ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରିବାକୁ ଦାବିପତ୍ରରେ ଦର୍ଶାଯାଇଛି । ସମ୍ବିଧାନ ଅବଜ୍ଞାକାରୀ, ଆତ୍ମଘୋଷିତ ଗୋରକ୍ଷକ ଓ ସାମ୍ପ୍ରଦାୟିକତା ସୃଷ୍ଟିକାରୀ ମାନଙ୍କୁ ବେଆଇନ ଘୋଷଣା କରିବା ସହ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ୧୯୬୦ ମସିହାର ଗୋ-ହତ୍ୟା ନିରୋଧ ଆଇନକୁ ତୁରନ୍ତ ଲାଗୁ କରିବା, ପ୍ରତି ଜିଲ୍ଲାରେ ସବୁ ବର୍ଗର ପ୍ରତିନିଧିଙ୍କୁ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ଶାନ୍ତି କମିଟି ଗଠନ, ରାଜ୍ୟରେ ଥିବା ସମସ୍ତ ଗ୍ରାମ ପଂଚାୟତ, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସମ୍ବିଧାନ ସମ୍ବନ୍ଧରେ ବ୍ୟାପକ ସଚେତନା ସୃଷ୍ଟି କରିବା, ସମାଜରୁ ଅସ୍ପୃଶ୍ୟତା ନିବାରଣ, ନିଶାକୁ ବ୍ୟାନ, କରାଯିବା ଭଳି ବହୁ ଦାବି ଉପସ୍ଥାପନ କରାଯାଇଛି । ଦାବିପତ୍ର ପ୍ରଦାନ କରିଥିବା ପ୍ରତିନିଧି ମଣ୍ଡଳୀରେ ଆଇନଜୀବୀ ଗିରିଧାରୀ ନାଥ, ସମ୍ପାଦକ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି, ଆଇନଜୀବୀ ଦିବ୍ୟସିଂହ ନାୟକ, ସିପିଆଇଏମ୍ ଜିଲ୍ଲା ସମ୍ପାଦକ, କାଳନ୍ଦୀ ପାତ୍ର ସମ୍ପାଦକ ସିଆଇୟୁଟି ଭଦ୍ରକ ଜିଲ୍ଲା ଶାଖା, ରମେଶ ଜେନା ଜିଲ୍ଲା ସମ୍ପାଦକ ସିପିଆଇ, ଚନ୍ଦ୍ରଶେଖର ନାୟକ କୃଷକ ନେତା, ସମର ବଳ ଜିଲ୍ଲା ସମ୍ପାଦକ ସିପିଆଇ(ଏମ୍‌ଏଲ), ରମେଶ ଚନ୍ଦ୍ର ନାୟକ ଜିଲ୍ଳା ସମ୍ପାଦକ ଏସ୍‌ୟୁସିଆଇ, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରକାଶ ଚନ୍ଦ୍ର ସାହୁ, କଳ୍ପନା ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.