Home ଜିଲ୍ଲା ପରିକ୍ରମା ଦଳାଙ୍ଗ ସେବାସମବାୟ ସମିତିରୁ ପୁରୁଣା ଘରର କାଠ ଚୋରି ଅଭିଯୋଗ

ଦଳାଙ୍ଗ ସେବାସମବାୟ ସମିତିରୁ ପୁରୁଣା ଘରର କାଠ ଚୋରି ଅଭିଯୋଗ

4

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ସେବା ସମବାୟ ସମିତି ର ଥିବା ପୁରୁଣା ଆଜବେଷ୍ଟ ଘର କୁ ଭଙ୍ଗା ଯାଇଛି। ସେଥିରେ ଥିବା ପୁରୁଣା କାଠ ଓ ଆଜ ବେଷ୍ଟକୁ ଚୋରି କରି ନିଆ ଯାଉଥିବା ଆଜି ସ୍ଥାନୀୟ ଲୋକ ଭାସ୍କର ରାଉତ,ପିତାମ୍ବର ଜେନା,ଦୀପକ ହାତୀ, ସତ୍ୟରଞ୍ଜନ ପଣ୍ଡା, ସୁଦର୍ଶନ ରାଉତ,ନିରାକାର ପଣ୍ଡା ପ୍ରମୁଖ ସୋମବାର ଦିନ ଧାମନଗର ଥାନା ରେ ଅଭିଯୋଗ କରିଚନ୍ତି । ଏ ଦିଗରେ ଉକ୍ତ ସମିତି ର ସମ୍ପାଦିକା ସ୍ୱାଗତୀକା ରାଉତ ଉକ୍ତ ଘଟଣା କୁ ଖଣ୍ଡନ କରିଚନ୍ତି। ସେ କହିଛନ୍ତି ଯେ କାର୍ଯ୍ୟାଳୟ କୁ ଲାଗିକିଥିବା ଏକ ପୁରୁଣା ଆଜବେଷ୍ଟ ଘର ଥିଲା ଯାହାକି ଭାଙ୍ଗିରୁଜି ଯାଇଥିଲା ।ସେହି ଠାରେ ପୂର୍ତବିଭାଗ ପକ୍ଷରୁ ଏକ ନୂତନ କୋଠା ଘର ନିର୍ମାଣ ପାଇଁ ଟେଣ୍ଡର ହୋଇଛି । ଠିକାଦାର ବାରମ୍ବାର କହୁଛନ୍ତି ଜାଗା ଦେଲେ ଘର ନିର୍ମାଣ ହେବ । ଏ ନେଇ ସମ୍ପାଦିକା ନିକଟରେ ବୋର୍ଡ ରେ ଅଧିବେଶନ ସ୍ଥାନିତ କରାଯାଇ ଉକ୍ତ ପରିତ୍ୟକ୍ତ ଘରକୁ ଭଙ୍ଗା ଯାଇଛି। ଏବଂ ଉକ୍ତ ଘରୁ ବାହାରି ଥିବା କାଠ ଓ ଆଜବେଷ୍ଟକୁ ବୋର୍ଡ ବୈଠକ ପରେ ନିଲାମ କରାଯିବ । ତେବେ ସମିତି ରେ ଜାଗା ନଥିବାରୁ ତାହାକୁ ସ୍ଥାନୀୟ ଲୋକ ଙ୍କ ଜୀମାରେ ରଖାଯାଇଛି ବୋଲି ସମ୍ପାଦିକା ଶ୍ରୀମତୀ ରାଉତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.