Home ଜିଲ୍ଲା ପରିକ୍ରମା ଦଲାଲଙ୍କ କବଜାରେ ପୁରୁଣାବଜାର ଥାନା, ଓକିଲ ଖାଁଙ୍କୁ ନ୍ୟାୟ ନମିଳିଲେ, କଂଗ୍ରେସର ଏସପି ଅଫିସ ଆଗରେ...

ଦଲାଲଙ୍କ କବଜାରେ ପୁରୁଣାବଜାର ଥାନା, ଓକିଲ ଖାଁଙ୍କୁ ନ୍ୟାୟ ନମିଳିଲେ, କଂଗ୍ରେସର ଏସପି ଅଫିସ ଆଗରେ ଧାରଣା ଚେତାବନୀ

25

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସମସ୍ତ ବିଶେଷ କରି ପୁରୁଣାବଜାର ଥାନା ଏବେ ଦଲାଲଙ୍କ କବଜାରେ । ଶାସକ ଦଳର ନେତାଙ୍କ ଇଙ୍ଗିତରେ ଏହି ଥାନା ପରିଚାଳିତ ହେଉଛି । ଫଳରେ ପୌରାଞ୍ଚଳର ସବୁଠାରୁ ସମ୍ବେଦନଶୀଳ ପୁରୁଣାବଜାର ଥାନା ଉପରୁ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ନ୍ୟାୟ ଦେବା ବଦଳରେ ଥାନାଧିକାରୀ ଓ ଉକ୍ତ ଥାନାର କେତେକ ପୁଲିସ ଅଧିକାରୀ ଓ କର୍ମଚାରୀ କେତେକ ଦଲାଲଙ୍କ ଜରିଆରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ମାମଲା ରଫାଦଫା କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ନ୍ୟାୟ ପାଇଁ ସଂପୃକ୍ତ ଅଞ୍ଚଳର ବହୁ ବ୍ୟକ୍ତି ନିୟମିତ ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସପି)ଙ୍କ ଦ୍ୱାରସ୍ଥ ହେଉଛନ୍ତି । ଯାହାର ଏକ ନଜିର ହେଉଛି ଏହି ଥାନା ଅଧିନସ୍ଥ ବଡ଼ଶଙ୍କରପୁର ଅଞ୍ଚଳର ୰ ବାବୁ ଖାଁଙ୍କ ପୁତ୍ର ଓକିଲ ଖାଁ(୬୫) । ଏହି ମାମଲାରେ ଯଦି ପୁରୁଣାବଜାର ଥାନାଧିକାରୀ ଓ ତାଙ୍କ ଅଧସ୍ତନ ଅଧିକାରଙ୍କ ଉପରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରାନଯାଏ, ତେବେ ଭଦ୍ରକ ଟାଉନ କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀ ମହାନ୍ତି ଚେତାବନୀ ଦେଇଛନ୍ତି ।

ଶ୍ରୀ ମହାନ୍ତି ଅଭିଯୋଗ କରି କହିଛନ୍ତିଯେ ଓକିଲ ଖାଁଙ୍କ ଜଣେ ପୁତୁରାର ଏକ ଅଭିଯୋଗ ଭିତ୍ତିରେ ତାଙ୍କୁ ଗତ ୩୦ ତାରିଖ ସକାଳେ ଘରୁ ଉଠାଇ ଆଣିଥିଲା ପୁରୁଣାବଜାର ପୁଲିସ । ତେବେ ଉକ୍ତ ଥାନାରେ ଦଲାଲି କାର୍ଯ୍ୟ କରୁଥିବା ପୁରୁଣାବଜାର ଅଞ୍ଚଳର ସାମାଜିକ ଅନୁଷ୍ଠାନ ସ୍ୱାଭିମାନ ମଞ୍ଚର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ଭଣଜା ଜହୁର ଖାଁ ୬ ହଜାର ଟଙ୍କା ଦେଲେ ଓକିଲଙ୍କୁ ଛାଡ଼ି ଦିଆଯିବ ବୋଲି ତାଙ୍କ ପୁତ୍ର ରିୟାଜୁଦ୍ଦିନଙ୍କୁ କହିଥିଲେ । ସେହି ଅନୁଯାୟୀ ତାଙ୍କ ପୁତ୍ର ଦେଇଥିବା ୬ ହଜାର ଟଙ୍କା ତଦନ୍ତ କରୁଥିବା ମହିଳା ଅଧିକାରୀ ତପସ୍ୱିନୀ ମହାପାତ୍ରଙ୍କୁ ପ୍ରଦାନ କରିବା ପରେ ତାଙ୍କୁ ଥାନାରୁ ଅକ୍ଟୋବର ୧ ତାରିଖ ଛାଡିଥିଲା । ତେଣୁ ଏପରି ଅମାନବୀୟ ଆଚରଣରେ ଅତିଷ୍ଠ ହୋଇ ଓ ଅଭିଯୋଗକାରୀଙ୍କ ଧମକରେ ଭୟଭୀତ ହୋଇ ଶ୍ରୀ ଖାଁ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପିଙ୍କୁ ନିଜର ଅଭିଯୋଗପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ ଉପଯୁକ୍ତ ତଦନ୍ତ ହେବ ବୋଲି ତାଙ୍କୁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଏହା ମିଳିନଥିଲା । ଏହା ଏକମାତ୍ର ମାମଲା ନୁହେଁ, ପୁରୁଣାବଜାର ଥାନାରେ ଏହିପରି ପ୍ରତ୍ୟେକ ଦିନ ବହୁ ଘଟଣା ଘଟି ଚାଲିଛି ଓ ସାଧାରଣ ଲୋକ ନ୍ୟାୟରୁ ବଂଚିତ ହେଉଛନ୍ତି । ଏଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ୧୫ ଦିନ ମଧ୍ୟରେ ଗ୍ରହଣ ନ କଲେ ଟାଉନ କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଂଜନ ବାରିକ, ଚିଦାନନ୍ଦ ବାରିକ, ହେମନ୍ତ ମହାପାତ୍ର, ଇଲିୟାସ ଅଲ୍ଲୀ ଖାନ, ଏନାମୁଏ ହକ୍‌, ସେକ୍ ପାପା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.