ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ସଂଗୀତ ନାଟକ ଏକାଡେମୀ ଓଡିଶା ମିଳିତ ସହଯୋଗ ରେ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ଭଦ୍ରକ ର ଦ୍ୱାବିଂଶ ତମ ଚାରି ଦିବାସୀୟ ନାଟ୍ୟ ମହୋତ୍ସବ ୨୦୨୬ ତାର ନାଟ୍ୟ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଦର୍ଶକ ଙ୍କ ମନ ଜିଣିଛି । ପ୍ରଥମ ଦିନରେ ଅଦ୍ଭୁତ ସଫଳତା ପରେ ଦ୍ୱତୀୟ ଦିବସରେ ବାରିପଦା ର ନାଟ୍ୟ ଅଂନୁଷ୍ଠାନ ରୂପାନ୍ତର ତାର ନାଟକ ଅପଦାର୍ଥ ପରିବେଷଣ କରିଥିଲା। ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ର ଲେଖା ଓ ପରେଶ ସାହୁ ଙ୍କ ନିର୍ଦେଶନା ରେ ନାଟକ ଅପଦାର୍ଥ ନାଟକ ଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ନାଟ୍ୟ ମହୋତ୍ସବ ର ଦ୍ୱତୀୟ ଦିବସରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଂଶୁ ନାୟକ, ଭଦ୍ରକ ଗୁଇନ୍ଦା ବିଭାଗ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦିବେଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ୱତୀୟ ସନ୍ଧ୍ୟା କୁ ଅନନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ନାଟକ କୁ ଭଲ ପାଉଥିବା ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କଳା ସଂସ୍କୃତି ର ମାଟି ଭଦ୍ରକ କଳାକୁ ବଂଚାଇ ରଖିବା ପାଇଁ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ର ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଆଗାମୀ ଦିନରେ କିପରି ନାଟକ ଦର୍ଶକଙ୍କ ଆଦୃତ ହେବ ସେ ନେଇ ଆଲୋଚନା କରିଥିଲେ। ନାଟ୍ୟ ଅଂନୁଷ୍ଠାନ ତରଫରୁ ଦୁଇ ନାଟ୍ୟକାର ଗୌରାଙ୍ଗ ବାରିକ ଓ ସଂଗୀତ ନିର୍ଦେଶକ କେଶବ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଦଲ ଶିକଦାର ଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ବର୍ତମାନ ର ସମୟରେ ବୋହୁ କିପରି ନିଜ ଶାଶୁ ଶଶୁର ଙ୍କୁ ଅତ୍ୟାଚାର କରୁଛି। ନିଜ ସ୍ୱାମୀଙ୍କୁ କିପରି ଅତ୍ୟାଚାର କରୁଛି କିପରି ସ୍ୱାମୀ ଅପଦାର୍ଥ ହୋଇଯାଇଛି ସମାଜ ରେ ହେଉଥିବା ଘଟଣାବଳୀ କୁ ନେଇ ନାଟକ ଅପଦାର୍ଥ ଟି ପରିବେଷଣ କରିଥିଲେ। ମଂଚ ପରିଚାଳନା ରେ ଉପ ସଭାପତି ଶିବ ପ୍ରସାଦ, ସମ୍ପାଦକ ଦେବବ୍ରତ ମହାନ୍ତି, ପ୍ରଦୀପ ବାରିକ, କମଳ ଲୋଚନ ପଣ୍ଡା, ବୃନ୍ଦାବନ ସାହୁ, ଶୁଭେନ୍ଦୁ ସାହୁ, ନିର୍ମଳ ପରିଡା, ମନୋଜ ମିଶ୍ର ଭବେଶ ସାହୁ ସହଯୋଗ କରିଥିଲେ। ଆସନ୍ତା କାଲି ରାଉଲକେଲା ର ନାଟ୍ୟ ସଂସ୍ଥା ସଂମ୍ପର୍କ ତାର ନାଟକ ଜନ୍ମମାଟି ନାଟକ ପରିବେଷଣ କରିବ।
Home ଜିଲ୍ଲା ପରିକ୍ରମା ଦର୍ଶକଙ୍କ ମନ ଜିଣୁଛି ନଟରାଜର ନାଟ୍ୟ ମହୋତ୍ସବ,ଦ୍ୱତୀୟ ସନ୍ଧ୍ୟାରେ ପରିବେଷଣ ହେଲା ନାଟକ ‘ଅପଦାର୍ଥ’








