Home ଜିଲ୍ଲା ପରିକ୍ରମା ଦର୍ପନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜାଦୀର ଅମୃତ ମହୋତ୍ସବ ପାଳିତ

ଦର୍ପନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜାଦୀର ଅମୃତ ମହୋତ୍ସବ ପାଳିତ

83

ନୟାଗଡ଼ ୧୪/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପ୍ରତିଷ୍ଠା ଦିବସକୁ ଆଜାଦୀର ଅମୃତ ମହୋତ୍ସବ ଭାବେ ପାଳିତ ହେଉଅଛି। ସେହି ପ୍ରରିପ୍ରେକ୍ଷୀରେ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓଡ଼ିଆ ନବବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଅବସରରେ ଅଜାଦୀ ର ଅମୃତ ମହୋତ୍ସବ ପାଳିତ ହୋଇଯାଇଅଛି। ଦର୍ପନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨ ଗୋଟି ସେବା ପ୍ରଦାନ କରାଯାଉଅଛି।

ସେ ମଧ୍ୟରେ ରହିଛି ଦିନରେ ଜରୁରୀକାଳୀନ ସେବା, ଗର୍ଭାବସ୍ଥା ଓ ପ୍ରସବ କାଳୀନ ଯତ୍ନ, ନବଯାତ ଓ ଶିଶୁ ସେବା, ଶୈଶବ ଓ କିଶୋର ସେବା, ଦାନ୍ତ, କାନ, ନାକ, ଗଳା ଓ ଚକ୍ଷୁର ପ୍ରାଥମିକ ଯତ୍ନ, ମାନସିକ ରୋଗୀ ସେବା, ପରିବାର ନିୟୋଜନ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା, ସଂକ୍ରାମକ ରୋଗର ପରିଚାଳନା, ଅଣ ସଂକ୍ରାମକ ରୋଗର ପରିଚାଳନା, ଜରା ରୋଗୀର ଯତ୍ନ, ଆୟୁଷ ବାହ୍ୟ ଚିକିତ୍ସା (ହୋମିଓପାଥି), ଟେଲି ମେଡିସିନ୍ ର ବ୍ୟବସ୍ଥା, ଯୋଗ, ବାୟାମ, ପ୍ରାଣାୟନ ଓ ଫିଜିଓଥେରାପି ସହ ପରୀକ୍ଷାଗାରା ର ବ୍ୟବସ୍ଥା କରାଯାଇଛି। ଏହି ମହୋତ୍ସବ ରେ ଡାକ୍ତର ଦିପ୍ତିମୟୀ ଭୋଳ, ଡାକ୍ତର ଗୀତାଞ୍ଜଳୀ ପଟ୍ଟନାୟକ, ଫାର୍ମାଷ୍ଟିଟ୍ ଦିଲ୍ଲୀପ କୁମାର ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟ କର୍ମୀ ନିରୁପମା ଦେବୀ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ଶେଷରେ ଡାକ୍ତର ଶ୍ରୀ ଭୋଳ ମହୋତ୍ସବ ପାଳନ କରିଥିବା ଯୋଗୁଁ ସମସ୍ତ କର୍ମଚାରୀ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.