Home ଓଡ଼ିଶା ଦର୍ପନାରାୟଣପୁର ନିକଟରେ ପଥର ଖଣି ବ୍ଲାଷ୍ଟିଂ ଯୋଗୁଁ ଧନଜୀବନ ପ୍ରତି ବିପଦ ଅଭିଯୋଗ

ଦର୍ପନାରାୟଣପୁର ନିକଟରେ ପଥର ଖଣି ବ୍ଲାଷ୍ଟିଂ ଯୋଗୁଁ ଧନଜୀବନ ପ୍ରତି ବିପଦ ଅଭିଯୋଗ

46

ନୟାଗଡ/୧୯/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଦର୍ପନାରାୟଣପୁର ରାଜସ୍ୱ ସର୍କଲ ଛାଞ୍ଚୁଣିଆ ମୈାଜା ରେ ହେଉଥିବା କଳାମୁଗୁନି ଖଣିରେ ପଥର ବ୍ଲାଷ୍ଟିଂ ଯୋଗୁଁ ଧନଜୀବନ ବିପଦଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ରାଜସ୍ୱ ଏରିଆ ରେ ବ୍ଲାଷ୍ଟିଂ ହେଉଥିଲେ ମଧ୍ୟ ନିକଟରେ ଥିବା ଜଙ୍ଗଲ ଯନ୍ତୁ ବାର୍‌ହା , ଝିଙ୍କ , କୁଟୁରା ଓ ଠେକୁଆ ଆଦି ଅନେକ ଜନ୍ତୁ  ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି । ବ୍ଲାଷ୍ଟିଂ ଜାଗା ଠାରୁ ଅଳ୍ପ ଦୂରରେ ଦର୍ପନାରାୟଣପୁର ମହାବିଦ୍ୟାଳୟ , ଗୁଣ୍ଡରାବାଡି ଗାଁ ଓ ଏକ ପ୍ରଥମିକ ବିଦ୍ୟାଳୟ ରହିଅଛି । ବ୍ଲାଷ୍ଟିଂ ସମୟରେ ଏତେ ଯୋର ରେ ଶବ୍ଦ ହେଉଛି ଯାହାର କମ୍ପନ ରେ ନିକଟରେ ଥିବା ଘର ଗୁଡିକ  କାନ୍ଥରେ ଫାଟ ସୃଷ୍ଟି ହେଉଛି । ଏବଂ ନିକଟରେ ଥିବା ପ୍ରାକୃତିକ ସୈାନ୍ଦର୍ଯ୍ୟ  ନଷ୍ଟ ହେବା ସହ ଅନେକ ଔଷଧିୟ ବୃକ୍ଷଲତା ନଷ୍ଟ ହେଉଅଛି । ଏ ସର୍ମ୍ପକେ ଦର୍ପନାରାୟଣପୁର ରାଜସ୍ୱ ଅଧିକାରୀ ପଞ୍ଚାନନ ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଗୋପବନ୍ଧୁ ସମିତି ନାମରେ ଏକ ସଂଗଠନ ଉକ୍ତ ଜାଗା କୁ ସାମୁହିକ କୃଷୀପାଇଁ ଲିଜରେ ନେଇଛନ୍ତି । ସେହି ଜାଗାରେ ପୁଷ୍କରିଣୀ ଖନନ କରାଯାଉଥିବା ବେଳେ ପଥର ପଡିବାରୁ ସମିତି ବାଲା ଜଣେ ଘରୋଇ ଲୋକ କୁ ଲିଜ୍ ଦେଇଛନ୍ତି । ସେ ଘରୋଇ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୟାଗଡ ର ଏକାଦଶୀ ଜେନା । ଏକାଦଶୀ ଜେନା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ପୁର୍ବରୁ ୫ ବର୍ଷ ଲିଜ୍ ନେଇ ଦେଢ ଏକର ବିଶିଷ୍ଟ ଏକ ପୁଷ୍କରିଣୀ କାର୍ଯ୍ୟ ଶେଷ କରିଥିଲେ ଶୁଦ୍ଧା ସମିତି କୁ ପୁଷ୍କରିଣୀ ଏ ଯାଏଁ ହସ୍ତାନ୍ତର କରିନାହିଁ । ପୁର୍ନବାର ଆଉ ଏକ ପୁଷ୍କରିଣୀ ଖନନ ପାଇଁ ଲିଜ୍ ନେଇଅଛି । ପ୍ରଥର ବ୍ଲଷ୍ଟିଂ କରିବା ପାଇଁ ନୟାଗଡ ଜିଲ୍ଲା କାର୍ଯ୍ୟାଳୟ ରୁ ଆଦେଶ ନାମା ପାଇଅଛି ।

ଜଙ୍ଗଲ ଓ ଜଙ୍ଗଲ ଜନ୍ତୁ କ୍ଷୟ କ୍ଷତି ବିଷୟରେ ନୟାଗଡ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌.ଡି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ପୁର୍ବରୁ ସେହି ଛଞ୍ଚୁଣିଆ ପଥର ବ୍ଲାଷ୍ଟିଂ ଅଂଚଳ ମୁଁ ନୁଜେ ଦେଖିବାକୁ ଯାଇଥିଲି । ସମ୍ପୃକ୍ତ ଅଂଚଳ ରେଞ୍ଜର କୁ ଜଙ୍ଗଲ ସୁରକ୍ଷା ପାଇଁ ଠିକାଦାର ଙ୍କୁ ବୃକ୍ଷ ରୋପଣ ସହ କିଛି ଆବଶ୍ୟକିୟ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲି । ଆପଣଙ୍କଠୁ ଖବର ପାଇଲା ପରେ ମୁଁ ପୁଣି ତଦନ୍ତ କରିବି । ବ୍ଲାଷ୍ଟିଂ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ସହ ଯୋଗାଯୋଗ କରିବାରେ ତଦନ୍ତ କରିବେ ବୋଲି କହିଛନ୍ତି । ସମସ୍ତ ଉଚ୍ଚ ଅଧିକାରୀ ଙ୍କ ସହ ଯୋଗାଯୋଗ ପରେ ବନ ବିଭାଗ , ରଣପୁର ତହସିଲଦାର , ପ୍ରଦୁଷଣ ବିଭାଗ ଓ ଜିଲ୍ଲା ଖଣି ବିଭାଗ କର୍ମଚାରୀ ଛାଞ୍ଚୁଣିଆ ମୈାଜାରେ ଏହି ଖଣି ପରିଦର୍ଶନ କରି ଫେରିଥିବା ଜଣାପଡିଛି । ଜନସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି ସାମୁହିକ ଚାଷ କରି ଫସଲ ଉତ୍ପାଦନ ପାଇଁ ଲିଜ୍ ନେଇଥିବା ଜାଗାରେ ଯଦି ପଥର ଖଣି ବାହାରିଲା ତାହେଲେ ସେ ପଥର ଖଣିର ମାଲିକ କିଏ ? ସରକାର ନା ଲିଜ୍ ନେଇଥିବା ବ୍ୟକ୍ତିମାନେ ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.