ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାରସର ପଂଚାୟତ ଅଧୀନ ତିଆଡ଼ିସାହି ଗ୍ରାମର ଘନଶ୍ୟାମ ମହାକୁଡ଼ ଓ ତାଙ୍କ ପତ୍ନୀଙ୍କ ବେକରେ ଭୁଜାଲି ଲଗାଇ ଗତ ୨୮ ତାରିଖ ବିଳମ୍ବିତ ରାତିରେ ମୁଖାଲଗା ଦୁର୍ବୁତ ମାନେ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ୪୮/୨୫ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ତିଆଡ଼ିସାହି ଗ୍ରାମର ଘନଶ୍ୟାମ ମହାକୁଡ଼ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ଘରର ଲୁହା ଗେଟ୍ର ଚାବିକୁ କଟରରେ କାଟି ୮ଜଣ ମୁଖାପିନ୍ଧା ଦୁର୍ବୁତ ଘର ଭିତରକୁ ପଶିଥିଲେ। ଲୁହା ଗେଟ୍ କାଟିବା ଶବ୍ଦ ଶୁଣି ଘନଶ୍ୟାମଙ୍କ ପତ୍ନୀ ନିଦରୁ ଉଠିପଡ଼ି ସ୍ୱାମୀଙ୍କୁ ଡାକିଥିଲେ। ଉଭୟ ଦମ୍ପତି ଉଠି ପଡ଼ିବା ପରେ ଦୁର୍ବୁତ ମାନେ ତାଙ୍କ ବେକରେ ଭୁଜାଲି ଓ ତାମିଲ କଟୁରି ଲଗାଇ ଗଡରେଜ ଭାଙ୍ଗି ୮୦ ହଜାର ଟଙ୍କା ସହି ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ। ଦୁର୍ବୁତ ମାନେ ୧ଘଂଟା ଧରି ଲୁଟପାଟ କରି ଘନଶ୍ୟାମଙ୍କର ଗୋଟିଏ ମୋବାଇଲକୁ ପୋଡ଼ିବା ସହି ଅନ୍ୟ ଏକ ମୋବାଇଲକୁ ବାହାରକୁ ଫୋପାଡ଼ି ଦେଇଥିଲେ। ପରେ ଦମ୍ପତିଙ୍କ ଗୋଡ଼ ହାତ ବାନ୍ଧି ଦେଇ ଘନଶ୍ୟାମଙ୍କ ମୋଟର ସାଇକେଲକୁ ବାହାରେ ଫୋପାଡ଼ି ଦେଇ ଦୁର୍ବୁତ ମାନେ ଫେରାର ହୋଇଯାଇଥିଲେ।